ବିଜେଡି ରାଜ୍ୟ ସମ୍ପାଦକଙ୍କ ମାତୃ ବିୟୋଗ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ସାରୁଅ ଗ୍ରାମର ବରିଷ୍ଠ ସମାଜ ସେବୀ ତଥା ବିଜୁ ଜନତା ଦଳର ରାଜ୍ୟ ସଂପାଦକ ପ୍ରଦୀପ କୁମାର ସାହୁଙ୍କ କରୁଣାମୟୀ ମାତା ବlଳାମଣି ସାହୁଙ୍କ ୭୨ ବୟସରେ ହୃଦୂଘlତ ରେ ସୋମବାର ସନ୍ଧ୍ୟା ୬ଟା୩୦ ସମୟରେ ପରଲୋକ ଘଟିଛି। ସେ ଜଣେ ଧର୍ମ ପରାୟଣା, ଉଦାରମୟୀ, ପରୋପକାରୀ, ବନ୍ଧୁବତ୍ସଳ ସ୍ନେହୀମୟୀ ଥିଲେ। ତାଙ୍କର ମୃତ୍ୟୁ ବେଳକୁ ଦୁଇପୁଅ, ଦୁଇବୋହୁ, ନାତି, ନାତୁଣୀ ଉପସ୍ଥିତ ଥିଲେ।

ଶୋକାକୂଳ ପରିବେଶ ମଧ୍ୟରେ ବିରାଟ ଶୋଭାଯାତ୍ରାରେ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟସଂପନ୍ନ କରାଯାଇଥିଲା । ଜେଷ୍ଠ ପୁତ୍ର ପ୍ରଦୀପ କୁମାର ସାହୁ ରୀତିନୀତିରେ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ବlଳlମଣି ଙ୍କ ପରଲୋକରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଏହି ଦୁଃଖଦ ଖବର ପାଇ ବିଜୁ ଜନତାଦଳର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ , ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ,ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ,

ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ,କଂଗ୍ରେସ ନେତା ପୃଥିୀବି ବଲ୍ଲଭ ପଟ୍ଟନାୟକ ,ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ,ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ବିଶ୍ଵଦିପ ପ୍ରଧାନ ,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ,ଯୁବ ବିଜେଡି ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର ପ୍ରମୁଖ ଶୋକ ପ୍ରସ୍ତାବ ଦେବା ସହିତ ଶ୍ରୀ ସାହୁଙ୍କ ବାସଭବନ ରେ ପହଁଚି ଶୋକାକୂଳ ପରିବାର ବର୍ଗଙ୍କୁ ଶୋକବ୍ୟକ୍ତ କରିଥିଲେ । ତାଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ ପ୍ରୀୟଜନକ ସହିତ ବହୁ ପଞ୍ଚାୟତ ପ୍ରତିନିଧି ମାନଙ୍କ ସୁଅ ଛୁଟିଥିଲା ।

Exit mobile version