ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମହିଳା ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନରେ କଲେଜ ଛାତ୍ରୀଙ୍କ ସମେତ କର୍ମଚାରୀମାନଙ୍କ ଉପସ୍ଥିତିରେ ଦୁର୍ନୀତି ବିରୁଦ୍ଧ ରେ ଏବଂ ଦୁର୍ନୀତି ନିବାରଣ ବିଷୟରେ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଛି।

ଆବାହକ ବିଜୟ କୁମାର ରାମଙ୍କ ସଂଯୋଜନାରେ ସର୍ବ ପ୍ରଥମେ ଏକ ଶପଥପାଠ ପରେ ଅଧ୍ୟକ୍ଷ ରବିଶଙ୍କର ସତପଥି ଦୁର୍ନୀତି ବିରୁଦ୍ଧ ରେ ଏକ ବକ୍ତବ୍ଯ ରଖିଥିଲେ। କଲେଜ କର୍ମଚାରୀ, ଛାତ୍ରୀମାନଙ୍କ ସହିତ ରେଡି ଭୋଲନ୍ଟିଅର୍ସ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ଯମଣ୍ଡିତ କରିଥିଲେ। ଅଧ୍ୟାପିକା ଯଶୋଧରା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version