ରାଇରଙ୍ଗପୁର ଜାତୀୟ କଂଗ୍ରେସ ଦଳ ତରଫ ରୁ ମହୀୟସୀ ମହିଳା ତଥା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କର ଶ୍ରାଦ୍ଧବାର୍ଷିକୀ ଦିବସ ପାଳିତ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଭାରତ ର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ଜଣେ ମହିୟସୀ ମହିଳା | ସେ ଜଣେ ନୀତିବାନ ଓ ଆଦର୍ଶବାଦୀ ନେତ୍ରୀ ଥିଲେ | ତାଙ୍କର ନୀତି ଆଦର୍ଶ ପାଇଁ ସାରା ଭାରତର ଲୋକଙ୍କର ହୃଦୟରେ ଚିର ଅମର ହୋଇ ରହିଛନ୍ତି | ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ମହୀୟଯୀ ମହିଳା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କର ୩୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି |

ଉକ୍ତ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଓ କର୍ତ୍ତା ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଆଜି ସକାଳ ୯ ଟା ୪୫ମିରେ ରାଇରଙ୍ଗପୁର ସହରସ୍ତ ଏନ ଏ ସି ମ୍ୟାର୍କେଟ ପରିସରରେ ଥିବା ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ରାଇରଙ୍ଗପୁର କଂଗ୍ରେସ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ଏଥିରେ ଦଳିତ ହରିଜନ ସେଲ ଚେୟାରମ୍ୟାନ ଭାଗିରଥୀ ପାତ୍ର, ନେତୃତ୍ବ ବିକାଶ ମିଶନ ସଭାପତି ଏମ ଡି ଇନତଖାବ ଆଲାମ, ଜିଲ୍ଲା ସାଧାରଣ ସଂପାଦକ ହରିଚରଣ ସାହୁ, ପୂର୍ବତନ ବିଧାୟକ ଶ୍ୟାମଚରଣ ହାଁସଦାଃ, ଲକ୍ଷ୍ମଣ ମାଝୀ, ରମେଶ ହାଁସଦାଃ, ଉପେନ୍ଦ୍ର ମଣ୍ଡଳ, ବିଶ୍ବନାଥ ଦାସ, ଅନୁପ ସୋରେନ, ଅଶୋକ ଅଗ୍ରୱାଲ, ଲଳିତ କୁମାର ମହାନ୍ତ, ବହୁ କଂଗ୍ରେସ କର୍ମକର୍ତ୍ତାଙ୍କ ଉପସ୍ଥିତ ଥିଲେ.

Exit mobile version