ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମିତ ବ୍ୟୟୀତା ଦିବସ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଭବାନୀପାଟଣା ଠାରେ ଡି ପି ସି ପୋଷ୍ଟ,ଅର୍ଥ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଗତ ୩୦ ତାରିଖ ଅପରାହ୍ନ ୩.୦୦ଘ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୋଭାଯାତ୍ରା ତଥା ସଞ୍ଚୟ ରଥକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଘାଟନ କରିଥିଲେ ଓ ଆମେ ମିତବ୍ୟୟୀ ହୋଇ ଆଗାମୀ ଭବିଷ୍ୟତ ପାଇଁ ସଞ୍ଚୟ କରିବା ଏବଂ କୌଣସି ପ୍ରଲୋଭନ ଶିକାର ନ ହୋଇ ସ୍ଵୀକୃତି ପ୍ରାପ୍ତ ଆର୍ଥିକ ଅନୁଷ୍ଠାନ,

ଜାତୀୟ ବ୍ୟାଙ୍କ୍,ପୋଷ୍ଟ ଅଫିସ ରେ ନିଜର ପୁଞ୍ଜି ନିବେଶ କରିବାକୁ କହିଥିଲେ ।ଏହି ସଚେତନତା ରଥ ମାଧ୍ୟମରେ ସରକାରଙ୍କ ମହିଳା ସମ୍ମାନ ଯୋଜନା, ବାଳିକା ସମୃଦ୍ଧି ଯୋଜନା ତଥା ସାଇବର କ୍ରାଇମ ଉପରେ ମଧ୍ୟ ଜନ ସଚେତନତା ସୃଷ୍ଟି କରାଯାଉଛି । ଏହି ସଚେତନତା ରଥ ଜିଲ୍ଳାର ସମସ୍ଥ ବ୍ଲକ ତଥା ସହରାଞ୍ଚଳ ଭ୍ରମଣ କରିବ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସହକାରୀ ନିର୍ଦେଶକ ସଞ୍ଚୟ ଶ୍ରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ସଞ୍ଚୟର ଉପକାରିତା ଉପରେ ଆଲୋକପାତ କରିଥିଲେ ।

Exit mobile version