ର,ଉଦୟଗିରି ସହରରେ ନିଭୟରେ ଜୁଆ ଖେଳ – ପୁଲିସ ନିକ୍ରିୟତା

୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ରା, ଉଦୟଗିରି ଗ୍ରାମର ବିଭିନ୍ନ ସାହିରେ ଦଶହରା ଦିନରୁ ଜୁଆ ଖେଳ ନିଭୟରେ ଚାଲୁଛି । ସ୍ଥାନୀୟ ପୁଲିସ ନିକ୍ରିୟତା ଦେଖିବାକୁ ମିଳୁନି । ଗ୍ରାମରେ ଦିନକୁ ଚୋରୀ ଡକାୟତ ବଢିବାରେ ଲାଗିଛି । ରା, ଉଦୟଗିରି ଦୀର୍ଘ ଦିନ ହେବ ଗ୍ରାମର ଜଙ୍ଗଲରେ ଜୁଆ ଖେଳ ଚାଲୁଥିଲା ।

ସ୍ଥାନୀୟ ପୁଲିସ ବହୁବାର ଜୁଆ ଖେଳ ଧରିବା ଯାଉଥିବେଲେ ଜୁଆ ଖେଳାଳି ପୁଲିସ ଚକମା ଦେଖାଇ ଘଟଣାସ୍ଥଳରେ ଚାଲିଯାଉଛନ୍ତି ପୁଲିସ ନିରାଶହୋଇ ଫେରୁଥିବା ଦେଖିବାକୁ ମିଳିଛି । ଏବେ ଦଶହରା ଦିନ ଠାରୁ ଗ୍ରାମର ବିଭିନ୍ନ ସାହି ଘରଭିତରେ ଓ ରାସ୍ତା ଉପରେ ବସି ନିଭୟରେ ହଜାର ହଜାର ଟଙ୍କାରେ ଜୁଆ ଖେଳ ଚାଲିଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଦେଖିବାକୁ ମିଳୁନି । ଏଥିପ୍ରତି ଏସପି ଧନ୍ୟଦେଇ ସାହିରେ ଖିଆ ଖେଳ ବନ୍ଦକରିବା ଦାବି ହେଉଛି ।

Exit mobile version