ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ୍ ମଣ୍ଡଳର : “ସତର୍କତା ସଚେତନତା ସପ୍ତାହ” ପାଳନ

୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରୁଛି । ୩୦/୧୦ରୁ୫/୧୧ପର୍ଯ୍ୟନ୍ତ ଏହି “ସତର୍କତା ସଚେତନତା ସପ୍ତାହ” ପାଳନ କରାଯିବ ।

ଏହି ଅବସରରେର ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ “ସଚ୍ଚୋଟତା”ର ଶପଥ ପାଠ କରାଇଥିଲେ। ସମସ୍ତ କାର୍ଯ୍ୟ, ଏକ ସଚ୍ଚୋଟ ଏବଂ ସ୍ୱଚ୍ଛ ଢ଼ଙ୍ଗରେ କରି ଦୁର୍ନୀତିକୁ ଦୂର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ବା ପ୍ରତିଶ୍ରୁତି ଦେଇଥିଲେ ।

Exit mobile version