ବହଳଦା ବଜାର ରାସ୍ତା ଉପରେ ଖଣ୍ଡ ଖଣ୍ଡ ଚୋରା ଗୋ ମାଂସ ପିଣ୍ଡୁଳା

ବହଳଦା ବଜାର ରାସ୍ତା ଉପରେ ଖଣ୍ଡ ଖଣ୍ଡ ଚୋରା ଗୋ ମାଂସ ପିଣ୍ଡୁଳା ● ଘଟଣା ଜାଣିବା ପରେ ତାତିଲେ ଗ୍ରାମବାସୀ ● ଆଠ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ●

୨୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମୟୂରଭଞ୍ଜ :-> ସାଂଘାତିକ ସାମ୍ପ୍ରତିକ ଘଟଣା ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାର ମାଁ କିଚକେଶରୀ ଙ୍କ ପିଠର ମୁଖ୍ଯ ରାସ୍ତା ଉପରେ । ଖଣ୍ଡ ଖଣ୍ଡ ଗୋ ମାଂସ ପିଣ୍ଡୁଳା ପଡିଥିବାର ଦେଖିବାକୁ ମିଳିଥିଲା । ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାକୁ କେନ୍ଦ୍ର କରି ଅଞ୍ଚଳ ବାସୀ ଦୀର୍ଘ ସମୟ ଧରି ବହଳଦା ବଜାର ଓ ରାଞ୍ଚି ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ।ସୂଚନା ଅନୁଯାଇ ଆଜି ଲକ୍ଷ୍ମା ପୂଜାର ଦ୍ବିତୀୟ ଦିନ ରେ ଭୋର ପ୍ରାୟ ୪ଟା ପାଖାପାଖି ବହଳଦା ବଜାର ବିଜୁପଟ୍ଟନାୟକ ଛକ ରୁ ମାଁ ପିଠ ର ପାଠକ ଦେଇ ଯାଇଥିବା ମୁଖ୍ଯ ରାସ୍ତା ଉପରେ ପ୍ରାୟ ଏକ କୁଇଣ୍ଟାଲ ପାଖାପାଖି ଗୋ ମାଂସ ପିଣ୍ଡୁଳା ପିଣ୍ଜୁଳା କରି ପଡିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଗୋ ମାଂସ ଖଣ୍ଡ କୁ ଦେଖି ତାତିଲେ ଅଞ୍ଚଳ ବାସୀ , ଏହା କୁ ଆଧାର କରି ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିଲା । ଘଟଣା ସମ୍ପର୍କ ରେ ରାଇରଙ୍ଗପୁର ଉପଖଣ୍ଡ ଏସ୍ ଡି ପିଓ ଓ ବହଳା ଆଇ ଆଇ ସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଉତ୍ଯକ୍ତ ଲୋକଙ୍କ ଦାବି ଜିଲ୍ଲାପାଳ ଆସନ୍ତୁ ଏକ ଲିଖିତ ପ୍ରତିଶୃତି ଦେଲେ ରାସ୍ତା ଅବରୋଧ ରୁ ହଠିବୁ ନଚେତ ଏହି ବିକ୍ଷୋଭ ଜୋରଦାର ଚାଲିବ ବୋଲି ପ୍ରକାଶ କରିଥିଲେ ।ତେବେ ଘଟଣା କୁ ଭିତ୍ତି କରି ରାଇରଙ୍ଗପୁର ଏସ୍ ଡି ପିଓ ବହଳଦା ବଜାର ରେ ଥିବା ଡାକବଙ୍ଗଳା ରେ ଏକ ଶାନ୍ତି ବୈଠକ କରି କିପରି ଶାନ୍ତିପୂର୍ଣ୍ଣ ଭାବେ ଜନ ଜୀବନ ସ୍ବାଭାବିକ ହେବ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ବିକ୍ଷୋଭ କାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ପ୍ରତିଶୃତି ଦେଲେ କି ଯେ ୪୮ ଘଣ୍ଟା ମଧ୍ଯ ରେ ଅଭିଯୋଗ କାରିକୁ ଧରି କୋର୍ଟ ଚାଲାଣ କରିବି। ଏହା ଶୁଣିବା ପରେ ଜାତୀୟ ରାଜପଥ ଅବରୋଧ କୁ ଉଠାଇ ଦେଇଥିଲେ । ପରେ ଗମନାଗମନ ସ୍ବାଭାବିକ ହୋଇଥିଲା

Exit mobile version