ନିରାକାରପୁର : ସଖା ସଂଘ କ୍ରୀଡାସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି

୨୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିରାକାରପୁର :-> ପଦ୍ମ ଚରଣ ରାୟଜଣେ ସାଧାରଣ ବ୍ୟକ୍ତି ନଥିଲେ ସେ ଜଣେ ଏ ଅଂଚଳ ପାଇଁ ଭାଇଚାରା ର ମଣିଷ ଥିଲେ ବୋଲି ଆଜି ସଂଧ୍ଯାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଉପସ୍ଥିତ ବ୍ୟକ୍ତି ଗଣ ମତ ପ୍ରକାଶ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ସଖା ସଂଘ କ୍ରୀଡା ସଂସଦ ର ଉପଦେଷ୍ଟା ତଥା ପୂର୍ବତନ ଅଧିନାୟକ ପଦ୍ମ ଚରଣ ରାୟଙ୍କ ଆବର୍ତ୍ତମାନରେ ଆଜି ସଂଧ୍ଯାରେ ସଂଘର ସଭାପତି ବିପିନ କୁମାର ଜୟସିଂହ ଙ୍କ ପୌରହିତ୍ଯ ରେ ଏକ ସ୍ମୃତିଚାରଣ ସଭା କରାଯାଇଥିଲା ।

ପଦ୍ମ ଚରଣ ରାୟ ଦୀର୍ଘ ଦିନ ଧରି ସଖା ସଂଘ କ୍ରୀଡା ସଂସଦ ର ଉପଦେଷ୍ଟା ରୁପେ ନିରବଚ୍ଛିନ୍ନ ଭାବେ ତାଙ୍କ କାର୍ଯ୍ୟ ତୁଲାଇଥିଲେ । ତାଙ୍କ ଅନୁପସ୍ଥିତ କ୍ରୀଡା ସଂସଦ ର ଏକ ଅପୁରଣୀୟ କ୍ଷତି ବୋଲି ଉପସ୍ଥିତ କ୍ରୀଡା ସଂସଦ ର ସଦସ୍ଯ ଗଣ ମତ ରଖିଥିଲେ । ଉପ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଜେନା ସଂପାଦକ ଭାଗିରଥି ପ୍ରଧାନ, କୋଷାଧ୍ୟକ୍ଷ ହରିହର ସିଂହ,ଉପ ସଭାପତି ଉମେଶ ମିଶ୍ର,ସହ ସଂପାଦକ ଦୀପକ ପ୍ରଧାନ,

ରମାକାନ୍ତ ପୁରୋହିତ,ଅପର୍ତ୍ତି ଜେନା, ବିଶ୍ବନାଥ ବେହେରା,ଯାମିନୀକାନ୍ତ ମହାନ୍ତି, ଲଲାଟେନ୍ଦୁ ରଥ, ଅବଦୁଲ ଜାକିର ସାହା, ଶ୍ୟାମ ସୁନ୍ଦର ପଟ୍ଟନାୟକ, ମନୋଜ କୁମାର ପ୍ରଧାନ, ବିକ୍ରମ କେଶରୀ ସାହୁ ଓ ବିଭୁତି ଭୁଷଣ ଦାଶ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।ଚଳିତ ବର୍ଷ କିଭଳି ଭାବେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ହୋଇପାରିବ ଆଲୋଚନା କରାଯାଇଥିଲା । ସଭା ପରିଚାଳନା କରିଥିଲେ ଶିକ୍ଷାବିତ୍ କମଳ ଲୋଚନ ପ୍ରଧାନ ଓ ଧନ୍ଯବାଦ ଦେଇଥିଲେ ଦୀପକ ପ୍ରଧାନ ।


Exit mobile version