ଜଂକିଆ ଓ ନିରାକାରପୁର ଅଂଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ : ମେଡ଼ିକାଲ ପରିସର ସଫେଇ

ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ମିଳିତ ହୋଇ ମଳିପଡା ମେଡ଼ିକାଲ ପରିସର ସଫେଇ କରି ପରିସ୍କାର ପରିଛନ୍ନ କରିଛନ୍ତି ।

୨୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଜଂକିଆ :-> ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଥିଲା ସ୍ୱଛ ଭାରତ ଅଭିଯାନ।ପରିବେଶ ସ୍ୱଛ ରହିଲେ ମାନବ ଜଗତ ସ୍ୱଛ ରହିବ ଏବଂ ଦେଶ ସେତିକି ଆଗେଇ ପାରିବ । ଖୋର୍ଦ୍ଧା ଜିଲ୍ଲା ଜଂକିଆ ଓ ନିରାକାରପୁର ଅଂଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଦେଶ ସେବାକରି ଅବସର ନେବା ପରେ ସମସ୍ତେ ମିଳିତ ହୋଇ ନିଜ ନିଜ ଅଂଚଳ ତଥା ଆଗାମୀ ଦିନର ଯୁବପିଢ଼ି ମାନଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି ।

କଳିଙ୍ଗ ଭେଟେରାନ ଆସୋସିଏସନ ନାମରେ ଏକ ସଂଘ ଗଠନ କରି ପ୍ରତ୍ୟେକ ମାସରେ କିଛି ଜନହିତକର କାର୍ଯ୍ୟ କରିଛନ୍ତି । ସଂଘର ସଭାପତି ବିଜୟ କୁମାର ବଳିୟାରସିଂହଙ୍କ ନେତୃତ୍ୱରେ ୫୦/୬୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ମିଳିତ ହୋଇ ମଳିପଡା ମେଡ଼ିକାଲ ପରିସର ସଫେଇ କରି ପରିସ୍କାର ପରିଛନ୍ନ କରିଛନ୍ତି ।

ଆଗାମୀ ଦିନରେ ଅଂଚଳର ବିଭିନ୍ନ ସମସ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ଆଗାମୀ ଦିନରେ ଶିକ୍ଷିତ ବେକାରୀ ଯୁବକ ମାନଙ୍କ ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇବା ପାଇଁ ସମସ୍ତ ସହଯୋଗ କରିବାପାଇଁ ସଂକଳ୍ପ ନେଇ ଆଗକୁ ବଢି ଚାଲିଛନ୍ତି ।

Exit mobile version