ରଣପୁର ରେ ପାଦ ଥାପିଲା କରୋନା

ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) ରଣପୁର :- ରଣପୁର ରେ ମହାମାରୀ କରୋନା ରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡ଼ିବା ପରେ ରଣପୁର ରେ ଏକ ଆତଙ୍କ ସୃଷ୍ଟି ହୋଈଛି । ମଝିଆଖଣ୍ଡ ପଞ୍ଚାୟତ ର ତେଲି ପାଟଣା ଗାଁର ଓ ବଳଭଦ୍ରପୁର ପଂଚାୟତ ଅଧିନ ବସନ୍ତପୁର ଗ୍ରାମ ର ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁ ଲୋକ ଙ୍କ ମନରେ ଭୟ ସୃଷ୍ଟି ହୋଈଛି ।

ସୂଚନା ଅନୁସାରେ ଆଶିଂକ ଲକ୍ଷଣ ର ଚିକିତ୍ସା ପାଈଁ ସେମାନେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ । ଏହି ଲକ୍ଷଣ କୁ ତର୍ଜମା କରିବା ପାଈଁ ରଣପୁର ଏନେସି ର ଏକ ମହିଳା ଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିଲା । ଏହି ୩ ଜଣଙ୍କ ନମୂନା ପରୀକ୍ଷା ପରେ ସେ ଭିତରୁ ଉକ୍ତ ମହିଳା ଙ୍କ ରିପୋର୍ଟ ନେଗେଟିଭ ଆସିଛି ଅନ୍ୟ ଦୁଇ ଜଣ ଙ୍କ ରିପୋର୍ଟ କରୋନା ପଜିଟିଭ୍ ବାହାରିଛି । ଉକ୍ତ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ କୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ଏକ କରୋନା ସଚେତନ ବାର୍ତ୍ତା ସୃଷ୍ଟି ହେଉଛି ।

Exit mobile version