ଗଣକବି ବୈଷ୍ଣବ ପାଣିଙ୍କ ୧୪୧ତମ ଜନ୍ମ ଜୟନ୍ତୀ ୨୦୨୩

୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ସନ୍ଧ୍ୟାରେ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ୧୪୧ତମ ଜନ୍ମ ଜୟନ୍ତୀ ଉପଲକ୍ଷେ କବିଙ୍କ ଜନ୍ମପୀଠ କୋଠପଦା ରଘୁନାଥ ନୋଡାଲ ବିଦ୍ୟାପୀଠ ପ୍ରାଙ୍ଗଣରେ ଗଣକବି ବୈଷ୍ଟବ ପାଣି ସାଂସ୍କୃତିକ ସାଂସଦ ତରଫରୁ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ସଭାରେ ବରିଷ୍ଟ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଯୁକ୍ତ ପ୍ରେମାନନ୍ଦ ସାମଲ ଯୋଗଦେଇଥିଲେ, ତତସହିତ ସମ୍ମାନିତ ଅତିଥି ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦୀପା ମଲ୍ଲିକ,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାନ୍ତି, ବ୍ଲକ ସଭାପତି ରାଜକିଶୋର ଜେନା

,ସେକ୍ ମୂର୍ଶିଦ୍ ରିଆଯୁଲ ହୋଦା,ଜଗବନ୍ଧୁ ସେଠୀ,ନଳିନୀପ୍ରଭା ପ୍ରଧାନ,ସୁପ୍ରଭା ସାମଲ,କିଶୋର ଚନ୍ଦ୍ର ଦାସ,ବିଶେଶ୍ୱର ମହାନ୍ତି,ସୁରେଶ ଚନ୍ଦ୍ର ବେହେରା,ଶ୍ରୀଯୁକ୍ତ ହୃଷୀକେଶ ସ୍ୱାଇଁ ଓ ଶ୍ରୀଯୁକ୍ତ ପନଗ ଭୂଷଣ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।

Exit mobile version