ସନ୍ଥ ହରିହର ରାମଙ୍କ ର ୨୧ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :-> ନେହେରୁ ସେବା ସଂଘ, ବାଣପୁର ର ପ୍ରତିଷ୍ଠାତା ସନ୍ଥ ହରିହର ରାମଙ୍କ ର ୨୧ତମ ଶ୍ରଦ୍ଧାଞ୍ଜଳି ଦିବସ (ଶ୍ରାଦ୍ଧବାର୍ଷିକୀ) ଆଜି ସନ୍ଧ୍ୟାରେ ନେହେରୁ ସେବା ସଂଘ ସ୍ଥିତ ଗୋବର୍ଦ୍ଧନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରତ୍ୟୁଷରୁ ଆଶ୍ରମ ଅନ୍ତେବାସୀ ଙ୍କ ଦ୍ଵାରା ନଗର କୀର୍ତ୍ତନ କରାଯାଇଥିଲା ଏବଂ ଭକ୍ତି ସ୍ଥଳରେ ବାବାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସନ୍ଧ୍ୟା ରେ ଆୟୋଜିତ ସ୍ମୃତି ସଭା ନେହେରୁ ସେବା ସଂଘ ର ସଭାପତି ଅବସରପ୍ରାପ୍ତ ଆଇ ଏ ଏସ୍ ସୁରେଶ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଅତିଥି ଭାବେ ମୁଖ୍ୟ ସୂଚନା ଆୟୂକ୍ତ ତଥା ଅବସରପ୍ରାପ୍ତ ଆଇ ପି ଏସ୍ ଜେ କେ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ରନାଥ ମାନସିଂହ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ,ସମାଜ ଖବରକାଗଜ ର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଡଃ ସତ୍ୟ ରାୟ, ନେହେରୁ ସେବା ସଂଘ ର ଉପ ସଭାପତି ପ୍ରଫେସର ବିଜୟ କୁମାର ନନ୍ଦ, ଅବ ସର ପ୍ରାପ୍ତ ଚିକିତ୍ସକ ଡାକ୍ତର ଯୋଗେନ୍ଦ୍ର ନାଥ ସେନାପତି ପ୍ରମୁଖ ଯୋଗଦେଇ ସନ୍ଥ ହରିହର ରାମଙ୍କ ର ନିଷ୍ଠାପର ସମାଜ ସେବା ର ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ ଙ୍କୁ ସ୍ଵାମୀ ଶ୍ରୀ ହରିହର ରାମ ସେବାରତ୍ନ ସମ୍ମାନ ୨୦୨୩ରେ ସମ୍ମାନିତ କରାଯାଇଥିଲା। ନେହେରୁ ସେବା ସଂଘ ର ଦ୍ରୃଷ୍ଟିଵାଧିତ ଭିନ୍ନକ୍ଷମ ଛାତ୍ରୀ ମାନେ ପ୍ରାରମ୍ଭରେ ବାବାଙ୍କ ଉଦ୍ଦେଶ୍ୟରେ ସମବେତ ଭକ୍ତି ସଙ୍ଗୀତ ଗାନ କରି ଥିଲେ। ନେହେରୁ ସେବା ସଂଘ ର ସମ୍ପାଦିକା ସରୋଜିନୀ ଦେବୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନ ର କୋଷାଧ୍ୟକ୍ଷ ବିଶିଷ୍ଟ କବି ଓ ବରିଷ୍ଠ ସାମ୍ବାଦିକ ଓମ୍ ପ୍ରକାଶ ଅଗ୍ରୱାଲ।

Exit mobile version