
୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁରରେ ଆଜି କୁମାର ପୂର୍ଣ୍ଣିମା କୁମାରୀ ମାନଙ୍କ ଲାଗି ବଡପର୍ବ । ଆଜିର ଦିନରେ ଚଉରା ମୂଳରେ ଅର୍ଘ୍ୟ ଅର୍ପଣ କରାଇ ଚନ୍ଦ୍ରକୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି । କୁମାରୀ ମାନେ ଚନ୍ଦ୍ରକୁ ବନ୍ଦାପନା କରି କରି ପୂଜାର୍ଚ୍ଚନା କରିଥାନ୍ତି । ନୂଆ ପୋଷାକ ପିନ୍ଧି କୁମାରୀମାନେ ପାହନ୍ତା ରୁ ଚନ୍ଦ୍ରଙ୍କୁ ଲିଆ ଅଞ୍ଜୁଳି ଟେକି ବ୍ରତ ପାଳନ କରିଥାନ୍ତି ।
ଏହି ଅବସରରେ ଘରେ ଘରେ ପିଠା ପଣା ପ୍ରସ୍ତୁତିର ପରମ୍ପରା ରହିଛି । ତେବେ ଆଜିର ଦିନ ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଏହାକୁ ନେଇ ସମୟ ଅନୁସାରେ ସମସ୍ତ ପରମ୍ପରା ପାଳନ କରାଯାଇଛି । ଭୋରୁ ଉଠି କୁମାରୀ ମାନେ ଲିଆ ଅଞ୍ଜୁଳୀ ଦେଇ ଦିନ ୩.୩୦ ସୁଦ୍ଧା ସମସ୍ତ ପୂଜାର୍ଚ୍ଚନା ସାରି କୁମାର ପୂର୍ଣ୍ଣିମା ବ୍ରତ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା ।
