ଅନନ୍ତ ଚରଣ ବରାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଲକ୍ଷେଶ୍ୱର ମହାଦେବ ଟ୍ରଷ୍ଟ ବୋର୍ଡର ପୂର୍ବତନ ସଭାପତି ତଥା ସମାଜସେବୀ ଅନନ୍ତ ଚରଣ ବରାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ, ଶ୍ରଦ୍ଧାଞ୍ଜଳି ସଭା କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଲକ୍ଷେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା, ରାଜନୈତିକ ବ୍ୟକ୍ତି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ ମାନେ ଯୋଗ ଦେଇ, ଅନନ୍ତ ଚରଣ ବରାଳଙ୍କ ସ୍ମୃତି ଚାରଣ କରିଥିଲେ ।

ଜ୍ୟେଷ୍ଠ ଭ୍ରାତା ରମେଶ ଚନ୍ଦ୍ର ମହାନ୍ତି, ସାନ ଭାଇ ଭକ୍ତବନ୍ଧୁ ବରାଳ ଆୟୋଜିତ ଉତ୍ସବରେ ଉପସ୍ଥିତ ଥିଲେ । ଅନନ୍ତ ଚରଣ ବରାଳଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଭାତ କୁମାର ବରାଳ, ରଜତ କୁମାର ମହାନ୍ତି, ପ୍ରଦୀପ କୁମାର ବରାଳ,ପବିତ୍ର ବରାଳ,ପ୍ରଶାନ୍ତ କୁମାର ବରାଳ, ସୂର୍ଯ୍ୟକାନ୍ତ ବରାଳ,ଚନ୍ଦ୍ର କାନ୍ତ ବରାଳ, ତୁଷାର କାନ୍ତ ବରାଳ ପ୍ରମୁଖ ଉପସ୍ଥିତ ରହି ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟ ପରିଚାଳନା କରିଥିଲେ ।

ଶ୍ରାଦ୍ଧବାର୍ଷିକ ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।ଦୁଇ ହଜାର ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଅନନ୍ତ ଚରଣ ବରାଳଙ୍କୁ ଭଲପାଉଥିବା ବିଭିନ୍ନ ଅଞ୍ଚଳର ବ୍ୟକ୍ତି , ଜନସାଧାରଣ ତାଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Exit mobile version