ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୧୦ ଜଣ ପ୍ରତିନିଧି ଦଳ ଅମୃତ କଳସ ନେଇ ଦିଲ୍ଲୀ ଯାତ୍ରା

୨୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ସମ୍ମାନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ଆହ୍ବାନ କ୍ରମେ ସାରା ଭାରତ ବର୍ଷର କୋଣ ଅନୁକୋଣ ରୁ ଶହୀଦ ଯବାନ ଙ୍କ ସମ୍ମାନ ଦେବା ଉଦ୍ଦେଶ୍ଯ ରେ ଯେଉଁ ଅମୃତ କଳସ ଯାତ୍ରାର ଡାକରା ଦେଇଥିଲେ ତାହା ଆଜି ସଫଳ ହୋଇଛି । ଶହୀଦ ଯବାନଙ୍କ ଉଦ୍ଦେଶ୍ଯ ରେ ବିଭିନ୍ନ ପବିତ୍ର ସ୍ଥାନରୁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ କଠିନ ପରିଶ୍ରମ କରି ପବିତ୍ର ମାଟିକୁ ସଂଗ୍ରହ କରି ଆଜି ରାଇରଙ୍ଗପୁର ରୁ ୧୦ ଜଣ ପ୍ରତିନିଧି ଦଳ ଭୂବନେଶ୍ବର ଗସ୍ତ କରିଛନ୍ତି 

ଭୂବନେଶ୍ବର ରୁ ଏକ ସ୍ଵତନ୍ତ୍ର ଟ୍ରେନ୍ ଯୋଗେ ଓଡିଶାରୁ ପ୍ରାୟ ୬୫୦ ଜଣ ପ୍ରତିନିଧିଳ ଦିଲ୍ଲୀକୁ ଯାତ୍ରା କରିବାର ଯୋଜନା ରହିଛି। ରାଇରଙ୍ଗପୁର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ପୌରପରିଷଦ ରୁ ତିନିଜଣ ସେମାନେ ହେଲେ ଦେବାଶିଷ ନାଏକ, ସିକନ୍ଦର ଦାସ୍, ସତନାମ୍ ସିଂ , ରାଇରଙ୍ଗପୁର ବ୍ଲକ୍ ରୁ ଲକ୍ଷ୍ମଣ ମହାନ୍ତ ଓ କ୍ଷିତିଶ ସାହୁ ,

ବହଳଦା ରୁ ଶ୍ରୀକାନ୍ତ ମହାନ୍ତ , ତିରିଂ ରୁ ସୁନିଲ କୁମାର ସ୍ବାଇଁୟା ଓ ରତନ ମହାନ୍ତ , ଜାମଦାରୁ ତୁରାମ ଦେଉଗାମ୍ ଓ ଲକ୍ଷ୍ମଣ ଚନ୍ଦ୍ର ମାର୍ଣ୍ଡି ପ୍ରମୁଖ ଗସ୍ତ କରିଛନ୍ତି। ଗସ୍ତ ସମୟ ରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ପ୍ରତିନିଧି ଟିମ୍ କର୍ମକର୍ତ୍ତା ମାନଙ୍କୁ ଅମୃତ ବିଜୟ ଉତ୍ସବ ର ଆଶୀର୍ବାଦ ସହ ଶୁଭକାମନା ଜଣାଇଥିଲେ।

Exit mobile version