ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୪ ଗୋଟି ବ୍ଲକ୍ ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :->  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହଳଦା ବ୍ଳକ ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ବହଳଦା ମାଁ କେଚକେଶରୀ ମନ୍ଦିର ପ୍ରାଙ୍ଗଣ ରୁ ଅମୃତ କଳସ ସଭାଯାତ୍ରା ବାହାରି ସହର ପରିକ୍ରମା କରି ବହଳଦା ପଣ୍ଡିତ ରଘୁନାଥ ମୁର୍ମୁ ଛକ ନିକଟ ରେ ସମାପନ ହୋଇଥିଲା । ସେହି ପରି ତିରିଂ ବ୍ଲକ୍ , ଜାମଦା ବ୍ଲକ , ଓ ରାଇରଙ୍ଗପୁର ବ୍ଳକ ରେ ମଧ୍ଯ ଏହି କଳସ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ସଭାଯାତ୍ରା ର ପୁରଧା ଥିଲେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ , ଇଂ ରାମଚନ୍ଦ୍ର ହାଁସଦାଃ ଓ ଫାଗୁରାମ ମାର୍ଣ୍ଡି ଙ୍କ ସହ ଶତାଧିକ BJP କର୍ମକର୍ତ୍ତା ମାନେ ପବିତ୍ର ସ୍ଥାନରୁ ପବିତ୍ର ମାଟି ସଂଗ୍ରହ କରି ଅମୃତ କଳସ ରେ ବୀର ଶହୀଦ ଙ୍କ ସମ୍ମାନ ଉଦ୍ଦେଶ୍ଯରେ ସ୍ଥାପନ କରାଯାଇଥିଲା ଅକ୍ଟୋବର ୨୭ ତାରିଖ ଦିନ ଅମୃତ କଳସ ଯାତ୍ରା ସମାପନ କରି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ଏକ ସ୍ବତନ୍ତ୍ର ଟିମ୍ ଭୂବନେଶ୍ବର କୁ ଯିବେ ,

ଭୂବନେଶ୍ବର ରୁ ଅକ୍ଟୋବର ୨୮ ତାରିଖ ଦିନ ମାଷ୍ଟର କ୍ୟାଣ୍ଟିନ ଠାରୁ ଏକ ସଭାଯାତ୍ରା ରେ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିବେ । ଷ୍ଟେସନ ରୁ ଟ୍ରେନ୍ ଯୋଗେ ଦିଲ୍ଲୀ କୁ ନେଇକି ଯିବେ ବୋଲି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ପ୍ରକାଶ କରିଥିଲେ। ଯାହା ହେଉ ଦେଶର ଶହୀଦ ଯବାନ ମାନଙ୍କୁ ମିଳିବ ସମ୍ମାନ । ଉକ୍ତ କାର୍ଯ୍ୟକ୍ରମ ଶହସ୍ରାଧିକ କର୍ମକର୍ତ୍ତାଙ୍କ ଯୋଗ ଦାନ ସହ ଉତ୍ସାହ ଦେଖିବାକୁ ମିଳିଥିଲା ।

Exit mobile version