Home ଓଡ଼ିଶା ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ନ ସାମନ୍ତରାୟ ଏଜେଣ୍ଡା ଅନୁଯାଇ ବ୍ଲାକ ସ୍ପଟ୍, ରାସ୍ତା ଅବରୋଧ, ରାସ୍ତା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା , ରାଜସ୍ବ ଆଦାୟ ଉପରେ ଓ ଗତ ୧୫.୫.୨୦୨୩ ରିଖରେ ଅନୁଷ୍ଠିତ ବୈଠକର ବିଭିନ୍ନ ପଦକ୍ଷେପ ଉପରେ ଗୃହରେ ସୂଚନା ଦେଇଥିଲେ ।ବର୍ତ୍ତମାନ ଜିଲ୍ଲାରେ ଏନ ଏଚ ୨୬ ରେ କନ୍ତେସିର ରୁ ତହଂସିର, ଉତ୍କେଲା ବଂଗ୍ଲୋ ଛକ, ଚାଞ୍ଚେର ରୁ କୋକୋମୁଣ୍ଡା , ହାତୀବ୍ରିଜ ରୁ ବଲଦିଆମାଲ ଏଭଳି ୪ ଟି ବ୍ଲାକ ସ୍ପଟ୍ ରହିଛି। ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ଗତି ସୀମା ବୋର୍ଡ,ରମ୍ବଲରସ୍ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ,ଆର ଡି ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ । ସେଭଳି ଏନ୍ ଏଚ ୨୬ ଜାତୀୟ ରାଜପଥରେ ସମସ୍ତ ହମ୍ପସ ହଟାଇବା ସହିତ ଏନ୍ ଏଚକୁ ଲାଗି ବିଦ୍ୟାଳୟର ସାମ୍ନା ଗେଟକୁ ବନ୍ଦ କରି ଅନ୍ୟ ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ କହିଥିଲେ।ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଜିଲ୍ଲାରେ ଆର୍ ଟି ଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା ପାଇଁ ୨୨୯, ବିନା ହେଲମେଟ ଓ ସିଟ୍ ବେଲ୍ଟ ଅପରାଧ ପାଇଁ ୧୪୨, ମଦ୍ୟପାନ ସହ ଗାଡ଼ି ଚାଳନା ଭଳି ଅପରାଧ ପାଇଁ ୧୦ ଜଣ ଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି। ଜିଲ୍ଲାରେ ଅଗଷ୍ଟ ସେପ୍ଟେମ୍ବର ମାସରେ ୫୪ ଟି ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି।୨୦୨୩ ରେ ଏପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତ୍ୟୁ ରାସ୍ତା ଦୁର୍ଘଟନାରେ ହୋଇଛି।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି, ଏ ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ ବ୍ଲୁ ଡି ଭବାନୀପାଟଣା,ଧର୍ମଗଡ,ଅବକାରୀ ଅଧିକ୍ଷକ, ଇ ଓ, ଏନ୍ ଏ ସି, କେସିଙ୍ଗା/ ଧର୍ମ ଗଡ/ଭବାନୀପାଟଣା,କଳାହାଣ୍ଡି ଟ୍ରକ ମାଲିକ ସଂଘ ସଭାପତି, ଡି ଆଇ ପି ଆର୍ ଓ, ଇ ଈ, ଟି ପି ଡବ୍ଲୁ ଡି ଏଲ୍,ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026