ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଯକ୍ଷ୍ମା ରୋଗୀ ଶିଶୁଙ୍କୁ ଔଷଧ

୨୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗ୍ରାମଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ସହ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗଦେଇଦେବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ଯକ୍ଷ୍ମା ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ମିଳୁନଥିବା ଅଭିଯୋଗ ହେଉଛି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଳକର ଦୁର୍ଗମ ଅଞ୍ଚଳ ଡେଙ୍ଗେସଖାଳ ପଞ୍ଚାୟତ ଦୁଗାପେଟା ଗାଁର କୁନି କନ୍ଧଙ୍କ ୭ବର୍ଷର ପୁଅ ଏବିୟ କନ୍ଧ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ପରେ ପରିବାର ଲୋକେ ତାକୁ ନେଇ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନରେ ଭତ୍ତି କରିଥିଲେ । ସେଠାରେ ଗୋଟିଏ ସପ୍ତାହ ଶିଶୁ ବିଭାଗରେ ଚିକିତ୍ସିତ ହେଉଛନ୍ତି ।

ତେବେ ଦୁଇ ମାସ ହେଲାଣି ରୋଗୀର ଔଷଧ ଶେଷ ପରେ ମୋହନା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ଔଷଧ ନେବାକୁ ଉପଲବ୍ଧ ନଥିବାରୁ ବାରମ୍ବାର ମେଡିକାଲ ଆସି ନିରାଶ ହେବାକୁ ପଡୁଛି । ମେଡିକାଲକୁ ଆସି ନିରାଶ ହେବାକୁ ପଡୁଛି । ମେଡିକାଲରେ ଛୋଟ ପିଲାଙ୍କ ପାଇଁ ଟିବି ଔଷଧ ଉପଲବ୍ଧ ନାହିଁ । କେବଳ ବୟସ୍କଙ୍କ ପାଇଁ ଔଷଧ ଥିବା କହି ଫେରାଇ ଦେଇଥିଲେ ମୋହନା ମେଡିକାଲର କର୍ମଚାରୀ । ପରେ ପରିବାର ଲୋକେ ଔଷଧ ପାଇଁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ କିନ୍ତୁ ସେଠାରେ ମଧ୍ୟ ଔଷଧ ନ ଥିବ ଡାକ୍ତର କହିଥିଲେ । ବର୍ତମାନ ମାଆ ନିଜ ପୁଅର ମେଡିସନ ପାଇଁ ବିଭିନ୍ନ ସ୍ଥାନ ବୁଲି ବୁଲି ନୟାନ୍ତ ।

ତେବେ ଏ ସମ୍ପର୍କରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଜୟ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୋହନା ଓ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉକ୍ତ ଔଷଧ ଉପଲବ୍ଧ ନାହିଁ । ଯାହା କେନ୍ଦ୍ରରୁ ବିତରଣ କରାଯାଉନଥିବା ବେଳେ ତିନି ମାସ ହେଲା ତାହା ମିଳୁନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ କୁମାର ପାତ୍ର ପଚାରିବାରୁ ସେ କହିଥିଲେ ଶିଶୁ ଯକ୍ଷ୍ମା ରୋଗ ଔଷଧ ନଥିବା ଅବଗତ ମୁଁ ଅଛି । ଖୁବ୍ ଶୀଘ୍ର ଔଷଧ ଉପଲବ୍ଧ ବ୍ୟବସ୍ଥା କରାଯିବ ।

Exit mobile version