ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା; ଗ୍ରାମ୍ୟ ବିକାଶରେ ନୂଆ ଅଧ୍ୟାୟ ଯୋଡିଛି। ଏହି ଯୋଜନା ଅଧୀନ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଜରିଆରେ ପ୍ରତିଟି ଗ୍ରାମାଞ୍ଚଳ ଲୋକଙ୍କ ଜୀବନରେ ରୂପାନ୍ତରଣ ଆସିବ। ପ୍ରତିଟି ବିକଶିତ ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି । ଆସନ୍ତା ମାସ “୪” ତାରିଖରେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫୋରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ର ଘଷଣା କରିବାର କାର୍ଯ୍ୟକ୍ରମ ଥିବା ବେଳେ

ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ “ଆମ ଓଡ଼ିଶା ନବୀନ ଓଡିଶା ” କାର୍ଯ୍ୟକ୍ରମ କୁ କିଭଳି ଭାବେ ସଫଳ ରୂପାୟନ କରିବା ପଡିଆ ବ୍ଲକ ବିଜୁ ଜନତା ଦଳର ବ୍ଲକ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ ,ବିଜେଡି ଜିଲ୍ଲା ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,

ଜିଲ୍ଲା ଯୁବ ସଭାପତି ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ,ବିଜେଡି ବରିଷ୍ଠ ନେତା ତଥା ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା ,ସାଧାରଣ ସମ୍ପାଦକ ନାକା ନୁକାଲ ରାଜୁ ,ସାଧାରଣ ସମ୍ପାଦକ ସି. ଏଚ୍ ରାବିଟ୍ ,ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୁଚାକି ,ପଡିଆ ବ୍ଲକ ବିଜେଡି ସଭାପତି ଏମ୍ .ଡି ଫାରୁକ,ପର୍ଯ୍ୟବେକ୍ଷକ ପ୍ରସାଦ ବିଡିକା ,ପଡିଆ ଜୋନ୍ ସଭାପତି ମେସାକ ମାଦ୍ରୀ, ବିଜେଡି ନେତା ଶୁଭ୍ରାଂଶୁ ଶେଖର ସାହୁ ,ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ଦୀପକ ମୀର୍ଦ୍ଧା ,ପଡିଆ ବ୍ଲକ ର ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ/ସଭ୍ୟା, ସମସ୍ତ ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ ।

Exit mobile version