ବଜେନ୍ଦ୍ର ଚନ୍ଦ୍ର ହାଇସ୍କୁଲର ୧୯୮୬ ମସିହା ବ୍ୟାଚ୍ ର ଛାତ୍ର ମାନଙ୍କୁ ନେଇ : ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁରର ମା ମଣିନାଗ ପୀଠରେ ୧୯୮୬ ମସିହା ବ୍ୟାଚ୍ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ବଜେନ୍ଦ୍ର ଚନ୍ଦ୍ର ହାଇସ୍କୁଲର ୧୯୮୬ ମସିହାର ସମସ୍ତ ପୁରୁଣା ଛାତ୍ର ମାନେ ଏକତ୍ରିତ ହୋଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩୦ ଜଣ ବନ୍ଧୁ ଯୋଗଦାନ ଦେଇଥିଲେ ।

ସମସ୍ତେ ମିଳିମଶି ପୁରୁଣା ସ୍ମୃତି କୁ ମନେ ପକାଇଥିଲେ ଏବଂ ଭୋଜି ଖାଇ ବନ୍ଧୁ ମିଳନ କାର୍ଯ୍ୟକ୍ରମର ବେଶ ମଜା ଉଠାଇଥିଲେ । ପରେ ସମସ୍ତେ ମିଶି ପାଣ୍ଠି ରେ କିଛି ଅର୍ଥ ସଞ୍ଚୟ କରିବା ସହିତ ପରସ୍ପର ପରସ୍ପରକୁ ସାହାଯ୍ୟ କରିବା ସହିତ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ଶପଥ ନେଇଥିଲେ । ସୌମେନ୍ଦ୍ର ସାହୁ ଓ ବିନୋଦ ପୃଷ୍ଟି ଙ୍କ ଦ୍ଵାରା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଟି ର ଆୟୋଜନ କରାଯାଇଥିଲା ।

ଚକ୍ରଧର ଷଡଙ୍ଗି ,ଅଭିମନ୍ୟୁ ମହାରଣା , କାହ୍ନୁ , ରତ୍ନାକର , ଲୁନା ମହାପାତ୍ର , ଅଖି ରାୟ , ପ୍ରଦୀପ ପାଣିଗ୍ରାହୀ , ବ୍ରଜବନ୍ଧୁ ମହାପାତ୍ର , ଅସିତ୍ ଦାସ , ଜିତୁ , ଦିବ୍ୟଜ୍ୟୋତି , ରୋସ୍ତମ୍ ଖାଁ , ମୋକିମ୍ ଖାଁ , ଶରତ ବାରିକ , ସଦାନନ୍ଦ , ବନମାଳୀ , ନୀଳ ବେହେରା , ସୁଶିଲ ପ୍ରଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଗୋଡ଼ି ପାଟଣା ସାହି ଭଗବାନ ସ୍ବାଇଁ ନାମକ ବନ୍ଧୁ ଅସୁସ୍ଥ ଥିବା ଶୁଣି ତାଙ୍କ ବାସଭବନ କୁ ଯାଇ କିଛି ଅର୍ଥ ପ୍ରଦାନ କରିଥିଲେ । ଏବଂ ବନ୍ଧୁ ଙ୍କ ଆଶୁ ଆରୋଗ୍ୟ କାମନା କରି ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

Exit mobile version