ଭାଣପୁର ମହାଦେବ ପୂଜା କମିଟି ପକ୍ଷରୁ ଦଶମୀରେ ସମ୍ବର୍ଦ୍ଧନା ସଭା

୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ମହାଦେବ ପୂଜା କମିଟି ପକ୍ଷରୁ ବିଜୟା ଦଶମୀରେ, ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୂଜା କମିଟିର ସଭାପତି ପ୍ରମୋଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପ୍ରଭାତ କୁମାର ନନ୍ଦ ମୁଖ୍ୟ ଅତିଥି, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ସନ୍ତୋଷ କୁମାର ଲେଙ୍କା , ନୂଆଗ ଗ୍ରାମ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀ, ମହମ୍ମଦ ସିଦ୍ଦିକ୍, ମହେଶ୍ୱର ଭଟ୍ଟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭାଣପୁର ଗ୍ରାମର ସମସ୍ତ ଯୁବକ,

ଗ୍ରାମ ବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣୀ ଶାନ୍ତି ଶୃଙ୍ଖଳାର ସହିତ କରାଯାଇଥିଲା ବେଳେ, ଦୀର୍ଘ ୬୫ ବର୍ଷ ଧରି ଅନୁଷ୍ଠିତ ହେଉଥିବା ମହାଦେବ ପୂଜା ଶୃଙ୍ଖଳିତ ଭାବରେ କରାଯାଉଥିବା ନେଇ, ଅତିଥି ମାନେ କାର୍ଯ୍ୟ ପରିଚାଳନା କରୁଥିବା କର୍ମକର୍ତ୍ତା ମାନଙ୍କୁ ପ୍ରସଂଶା କରିଥିଲେ । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ଗ୍ରମ କମିଟିର ସଭାପତି, ସଂପାଦକ,

ପୂଜା କମିଟିର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ , ପୋଲି ଅଧିକାରୀ, ରାଜନୈତିକ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ସାସ୍ମୃତିକ କାର୍ଯ୍ୟକ୍ରମ ମେଲାଡି ଅନୁଷ୍ଠିତ ହୋଇଥିଲା । ଦଶହରାରେ ଶ୍ରଦ୍ଧାଳୁ ମାନେ ମେଢ଼ ଦେଖିବା ସହିତ ମେଲୋଡି କାର୍ଯ୍ୟକ୍ରମକୁ ରାତି ୧୨ ଟା ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଅଜିତ କୁମାର ରାଉତ, ରାଜେଶ କୁମାର ଭଟ୍ଟ ପ୍ରମୁଖ କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Exit mobile version