
୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ଗଡଜାତ ଅମଳରୁ ରଣପୁରଗଡର ଆରାଧ୍ୟ ଦେବୀ ମା ମଣିନାଗ ଙ୍କ ପୀଠରେ ଦ୍ଵିତୀୟା ଠାରୁ ଷୋଳପୂଜା କୁ ନେଇ ଦେବୀ ଦୂର୍ଗା ଙ୍କ ର ଦଶମୀ ପୂଜା ତଥା ଦଶହରା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମା ଙ୍କ ପୂଜା ବେଶ ଧୁମ ଧାମ ରେ ପାଳିତ ହେଉଛି ।
ଶାରଦୀୟ ଦୂର୍ଗା ପୂଜା ଅବସରରେ ମା ଖୀଲାମୁଣ୍ଡା ଙ୍କ ଆଗମନ ସାଙ୍ଗକୁ ମଣିନାଗ ପୀଠରେ ନବରାତ୍ରୀ ପୂଜା ସହ ଦୁର୍ଗା ମଣ୍ଡପରେ ପୂଜା କାର୍ଯ୍ୟ କୁ ନେଇ ସମଗ୍ର ରଣପୁର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି । ଦୁର୍ଗା ପୂଜା ମଣ୍ଡପ କୁ ସୁନ୍ଦର ଭାବରେ ବିଭିନ୍ନ ଆଲୋକ ମାଳା ରେ ସଜ୍ଜା ଯାଇ ଆକର୍ଷଣୀୟ କରାଯାଇଥିଲା ।
ପରମ୍ପରା ଅନୁସାରେ ସମସ୍ତ ନୀତିକାନ୍ତି ପାଳନ ହେଉଥିବା ବେଳେ ରାଜବାଟୀ ଭିତରେ ୧୬ ଦିନ ଧରି କାଠି ଠାକୁରାଣୀ ମା ଖିଲାମୁଣ୍ଡା ଙ୍କ ଘଟ ପୂଜା କରାଯିବା ସହିତ ମାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।
ମହାରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ଓ ରାଜକୁମାର କୌଶିକ ସିଂ ଦେଓଙ୍କ ସହିତ ରାଜପୂଜାରୀ ମା ଙ୍କ ସାଙ୍ଗରେ ହାଟସାହି ଛକ ନିକଟକୁ ଯାଇ କାଠି ଠାକୁରାଣୀ ଙ୍କ ର ନିତିକାନ୍ତି ସମ୍ପନ୍ନ କରିଥିଲେ ପରେ ରାଜା ଙ୍କ ହସ୍ତରେ ତୋପ ଫୁଟାଇ ପାରା କୁ ପୂଜା ଘଟ ରୁ ଉଡ଼ାଇ ଦିଆଯାଇଥିଲା । କାଠି ରୂପରେ ଆସିଥିବା ମା ଖିଲାମୁଣ୍ଡା ଆଜି ରାଜବାଟି ରୁ ପାରା ରୂପରେ ଭେଟବର ମାଳ ଅଞ୍ଚଳକୁ ବିଦାୟ ନେଲେ ।
