ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି

୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମ ପଞ୍ଚାୟତର ଏମ୍ ପି ଭି ୬୫ (ଅଶୋକ ନଗର)ଗ୍ରାମ ପାଳନ କରୁଛି ୪୪ ତମ ପବିତ୍ର ଦୁର୍ଗାପୂଜା । ଅଞ୍ଚଳବାସୀ ପ୍ରାତଃ ସମୟରେ ଜଗତଜନନୀ ମା ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ସହ ରାତ୍ରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବା ସଙ୍ଗେ ସଙ୍ଗେ ଅପରାହ୍ନ ରେ ଚଳିତ ବର୍ଷ ପ୍ରଥମ କରି ଆରମ୍ଭ କରିଅଛନ୍ତି ଏକ ଆନ୍ତଃରାଜ୍ୟ ଫୁଟବଲ୍ ପ୍ରତିଯୋଗିତା । ଆଜି ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଉଭୟ କଟକ ଏବଂ ରାୟଗଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ମ୍ୟାଚ ରେ ମୂଖ୍ୟଅତିଥି ଭାବେ ନିମନ୍ତ୍ରଣ କରିଥିଲେ ଅଞ୍ଚଳରେ ଜଳଦୂତ ଭାବେ ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ସୁନାମଧନ୍ୟ ସମାଜ ସେବୀ ଡଃ ଉତ୍ତମ ମଲ୍ଲିକଙ୍କୁ । ଡଃ ମଲ୍ଲିକ ଆଜି ନବମୀ ପୂଜା ଅବସରରେ ନିମନ୍ତ୍ରଣ କରିଥିବାରୁ ଆୟୋଜକ କମିଟି କୁ ଧନ୍ୟବାଦ ଦେବା ସଙ୍ଗେ ମାନବ ସମାଜରେ ଶାରୀରିକ ଓ ମାନସିକ ସୁସ୍ଥ ରହିବାକୁ ହେଲେ କ୍ରୀଡା ଏକ ମାଧ୍ୟମ ତତ୍ ସଙ୍ଗେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ନିମନ୍ତେ ପୂଜାର୍ଚ୍ଚନାର ଆବଶ୍ୟକତା ଅଛି । ଏମ୍ ପି ଭି ୬୫ ଗ୍ରାମରେ ସୁନ୍ଦର ପରିବେଶ ଓ ଉତ୍ତମ ପଦକ୍ଷେପ ନେଇଥିବାରୁ ଯୁବଶକ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

ଆଜିର ଏହି ପବିତ୍ର ଦିନରେ ଡଃ ଉତ୍ତମ ମଲ୍ଲିକଙ୍କ ସହ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ଜେନା,ସମାଜସେବୀ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ସରକାର, ବିଶିଷ୍ଠ ବ୍ୟବସାୟୀ ଶ୍ରୀ ଦେବବ୍ରତ ରାୟ, ଗୁରୁ ଆନନ୍ଦ ଢାଳି ଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ । ଡଃ ମଲ୍ଲିକ ଅତିଥି ମାନଙ୍କ ସହ ଖେଳ ଦେଖିବା, କମିଟି ସଦସ୍ୟ ସହ ପୂଜା ମଣ୍ଡପ ଯାଇ ମା ଦୂର୍ଗାଙ୍କ ଦର୍ଶନ କରିଥିଲେ । ଡଃ ମଲ୍ଲିକଙ୍କ ଉପସ୍ଥିତି ଏମ୍ ପି ଭି ୬୫ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।

Exit mobile version