Home ଓଡ଼ିଶା ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଜିଲାର ବିିଭିନ୍ନ ବଜାର କମିଟି, ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଦୁର୍ଗା ମଣ୍ଡପ ନିର୍ମାଣ ହୋଇ ରିତିନୀତି ପ୍ରକାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ଜିଲାର ବିଭିନ୍ନ ଦେବୀ ପୀଠ ମାନଙ୍କରେ ମଧ୍ୟ ରିତିନୀତି ପ୍ରକାରେ ଆରମ୍ଭ ହୋଇଛି ପୂଜାପାଠ। ରବିବାର ଅଷ୍ଟମୀ ଦିନରେ ବିଭିନ୍ନ ମଣ୍ଡପ ଓ ଦେବୀ ପୀଠ ମାନଙ୍କରେ ବେସ୍ ଜନସମାଗମ ହୋଇଥିବାର ଦେଖାଯାଇଛି। ଦଶହରାକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିଭଳି ଫୁଲବାଣୀ ସଦର ମହକୁମା ସମେତ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସନ୍ଧ୍ୟା ସମୟରେ ଦଶହରାକୁ ନେଇ ବଜାର ବେଶ୍ ଜନଗହଳି ଦେଖାଯାଇଛି। ଆଇନ ଶୃଙ୍ଖଳା ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିଭଳି ସହରରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଥିବା ବେଳେ ମା ଦୁର୍ଗାଙ୍କ ଆଶୀର୍ବାଦ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତ ମାନଙ୍କର ମଧ୍ୟ ସମାଗମ ଦେଖାଯାଇଛି। ଫୁଲବାଣୀ ସହରର ବସଷ୍ଟାଣ୍ଡ, ବିଦ୍ୟୁତ୍ ବିଭାଗ, ମାଦିକୁନ୍ଦା ଛକ, ଆରଟିଓ ଅଫିସ୍ ଛକ, ଟ୍ୟାକ୍ସିଂ ସଂଘ ଏବଂ ବାଲିଗୁଡା ଟାଉନ ର ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତି, ବିଦ୍ୟୁତ ବିଭାଗ ଓ ମା ‘ ବରାଳ ଦେବୀ ପୀଠ ଭଳି ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ମା ଦୁର୍ଗାଙ୍କର ପୂଜା ଆରମ୍ଭ ହୋଇଥିବା ବେଳେ ବିିଭିନ୍ନ ପୂଜା ମଣ୍ଡପ ଗୁଡ଼ିକ ଝିଲିମିଲି ଆଲୁଅରେ ମଧ୍ୟ ଚହଟି ଉଠୁଛି। ବହୁ ଭକ୍ତଙ୍କର ମଧ୍ୟ ସମାଗମ ହେଉଥିବାର ଦେଖାଯାଇଛି। ପୁଲିସ୍ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ ସହରରେ କଡ଼ାକଡ଼ି କରାଯାଇଛି। ଦଶହରା ଯୋଗୁଁ ପ୍ରତ୍ୟେକଙ୍କ ଘରେ ବହୁ ସମ୍ପର୍କୀୟମାନେ ପହଞ୍ଚିଥିବା ବେଳେ ପ୍ରତ୍ୟେକ ଘରେ ଏକ ପ୍ରକାର ଖୁସିର ଲହରି ଦେଖାଯାଇଛି। ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ଏକ ପ୍ରକାର ଅଧ୍ୟାତ୍କିକ ପରିବେଶ ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଖଜୁରିପଡ଼ା, ଫିରିଙ୍ଗିଆ, କୋଟଗଡ଼଼, ତୁମୁଡ଼ିବନ୍ଧ, ରାଇକିଆ, ଦାରିଙ୍ଗବାଡ଼ି, ଟିକାବାଲି, କ.ନୂଆଗାଁ ଭଳି ସମସ୍ତ ସହର ମହକୁମାରେ ଦୁର୍ଗାମେଢ, ତୋରଣ ନିର୍ମାଣ ହୋଇଥିବା ବେଳେ ଏହି ସବୁ ଅଞ୍ଚଳର ସମସ୍ତ ଦେବୀ ପୀଠ ମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପୂଜା ପାଠ ଆରମ୍ଭ ହୋଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026