କଳାହାଣ୍ଡିରେ ଯାତ୍ରୀବାହୀ ବସ୍ ଓଲଟି : ୧୫ ଗୁରୁତର

୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି .

 ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ରୁପ୍ରା ନିକଟସ୍ଥ ସିରୁଲାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଝୁଲେଲାଲ୍ ନାମକ ବସ୍‌ର ଚାଳକ ଜଣେ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିବା ସୂଚନା ମିଳିଛି । ଏହାପରେ ବସ୍‌ଟି ଏକ ବିଲ ଭିତରକୁ ଓଲଟି ପଡିଥିଲା । ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଗୁରୁତରମାନଙ୍କୁ ପ୍ରଥମେ କେସିଙ୍ଗା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅତିଗୁରୁତର ଦୁଇଜଣ ବ୍ୟକ୍ତିଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକ ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରିଥିଲେ । ପରେ ପୁଲିସ ଏବଂ ଅଗ୍ନିଶମବାହିନୀର କର୍ମଚାରୀ ସେଠାରେ ପହଞ୍ଚି ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

 

Exit mobile version