
୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ପାଇକସାହି ଗ୍ରାମର ହରପାର୍ବତୀ ପୂଜା କମିଟି ପକ୍ଷରୁ , ଚଳିତ ବର୍ଷ ନୂତନ କରି କରାଯାଇଥିବା ଚନ୍ଦ୍ରାୟନ ତୋରଣକୁ ରବିବାର ରାତିରେ କଟକ ଯୋନ-୪ ଏସିପି ଚନ୍ଦନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ । ଏହି ଉତ୍ସବରେ କଟକ ସଦର ଥାନା ଆଇଆଇସି ରଶ୍ମୀରଞନ ମହାପାତ୍ର ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପାଇକସାହି ହରପାର୍ବତୀ ପୂଜା କମିଟିର ପକ୍ଷରୁ ଗୁରୁବାର ପର୍ଯ୍ୟନ୍ତ ଦଶହରା ପୂଜା ଚାଲିବ । ଶୁକ୍ରବାର ଦିନ ମେଢ଼ ଭଷାଣୀ ପାଇଁ ମଣ୍ଡପରୁ ବହାରି ଗ୍ରାମ ପରିକ୍ରମା କରିସାରିବା ପରେ , ଭଷାଣୀ ଶୋଭାଯାତ୍ରାରେ ଯାଇ ଗୋପାଳପୁର ନିକଟରେ ଥିବା କୁଆଖାଇ ନଦୀର ନିର୍ମାଣ କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିଷର୍ଜନ କରାଯିବ । ସଭାପତି ଦିଲିପ କୁମାର ସ୍ୱାଇଁ, ସଂପାଦକ ଆଡ଼ଭୋକେଟ ନଳୀନ କାନ୍ତ ସେନାପତି, ସନ୍ତୋଷ କୁମାର ସେନାପତି, ଭାଗ୍ୟଧର ବାରିକ ପ୍ରମୁଖ ପୂଜା କମିଟିର ସମସ୍ତ ସଦସ୍ୟ, ଯୁବକ ସଂଘର କର୍ମକର୍ତ୍ତା ,ଗ୍ରାମର ସମସ୍ତ ବ୍ୟକ୍ତି ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଥିଲେ । କମିଟି ପକ୍ଷରୁ ଏସିପି ଏବଂ ଆଇଆଇସିଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ମନରଞନ ପାଇଁ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗଦେଇ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ପୂଜା ମଣ୍ଡପ ଠାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସଦର ଥାନା ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

