ମୋହନା ବ୍ଲକରେ ଲକ୍ଷ୍ମୀ ବସ ଶୁଭାରମ୍ଭ କଲେ ମୋହନା ପଞ୍ଚାୟତ ସରପଞ୍ଚ

୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :- ଗଜପତି ମୋହନା ବ୍ଲକକୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ପାଞ୍ଚଟି ବସ ମୋହନା ବ୍ଲକ ଠାରେ ପହଞ୍ଚିଛି । ଏହି ବସ ଗୁଡ଼ିକ ମୋହନା ବ୍ଲକର ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଗୁଡ଼ିକୁ ଯାଇ ଲୋକଙ୍କୁ ସେବା ଯୋଗାଇବ । ଏହି ବସର ସୁବିଧା ନେଇ ଦୁର୍ଗମ ଅଞ୍ଚଳରେ ରହୁଥିବା ଜନସାଧାରଣ ଏହାର ସୁବିଧା ନେଇ ନିଜର ଅବାଭ ଅସୁବିଧା ଦୂର କରିପାରିବେ ବୋଲି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।

ଆଜି ମୋହନା ବ୍ଲକ ସଦର ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁନୀତା ମଲ୍ଲିକ ଆନୁଷ୍ଠାନିକ ଭାବେ ଯୋଗ ଦେଇ ମନ୍ତ୍ର ପାଠ କରି ବସ ଗୁଡ଼ିକ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀ ନାରାୟଣ ପାତ୍ର ( ପିଣ୍ଟୁ) ଏବଂ ବିଭାଗୀୟ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ପରିଚାଳନା କରିଥିବା ବେଳେ

ମହିଳା ସ୍ୱୟଂ ସହାୟିକା ଦଳ ର ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ବସ ଗୁଡ଼ିକ ମୋହନା ବ୍ଲକର ୩୯ ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସେବାରେ ଆସିବ ବୋଲି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ପ୍ରକାଶ କରିଛନ୍ତି ।

Exit mobile version