ଦୁଇ ବାଇକି୍ ଧକ୍କା – ୨ ମୃତ୍ୟୁ

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ଥାନା ମକାପଦା ଛକ ନିକଟରେ ଦୁଇ ବାଇକି୍ ମୁହାଁମୁହିଁ ଧକ୍କା ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଆର,ଉଦୟଗିରି ଥାନା ଛେଳିଗଡ ଗାଁର କାହ୍ନୁ ସାମନ୍ତରାୟ (32) ଓ ନୁଆଗଡ ବ୍ଳକର ଲୁହାଙ୍ଗର ଗାଁର ବିକ୍ରମ ଦଳବେହେରା (30) । ଘଟଣାସ୍ଥଳରେ ବିକ୍ରମ ଦଳବେହେରା ମୃତ୍ୟୁ ହୋଇଥିବା ବେଳେ କାହ୍ନୁ ଚନ୍ଦ୍ରଗିରି ଡାକ୍ତରଖାନରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।ମକାପଦା ଗାଁ ନିକଟରେ ଏକ ଅଟୋକୁ ବାଇକିରେ ଯାଉଥିବା ବିକ୍ରମ ଓଭରଟେକ୍ କରିଥିଲେ ।

ଏହି ସମୟରେ ବିପରୀତ ଦିଗରୁ କାହ୍ନୁ ବୁଲେଟ୍ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭତ୍ତି କରିଥିଲେ । ଆର,ଉଦୟଗିରି ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶବ ଦୁଇ ଗାଡି ଜବତ କରି ଏନେଇ ଆର,ଉଦୟଗିରି ଥାନାରେ କେସ ନଂ ୧୨୯/୨୩ ମାମଲା ରୁଜୁ କରି ଦୁଇ ଶବକୁ ବ୍ରହ୍ମପୁର ବଡମେଡିକଲକୁ ବ୍ୟବଛେଦ ପାଇଁ ପଠାଯାଇ ଏହା ଅଧିକ ତଦନ୍ତ ଚାଲୁଛି ।

Exit mobile version