ଗଜପତି ମହୋତ୍ସବ -୨୦୨୩ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ-୨୦୨୩ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଗଜପତି ଜିଲ୍ଲାର ଲୋକ କଳା ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭା ଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତି,

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ପ୍ରମୁଖ ମଞ୍ଚାସିନ ରହିଥିଲେ । ଗଜପତି ମହୋତ୍ସବ ୨୦୨୩ର ପବିତ୍ର ମହେନ୍ଦ୍ରଗିରି ପର୍ବତ ଗିରିଶୃଙ୍ଗଠାରୁ ଗଜପତି ମହୋତ୍ସବ ଶୁଭାରମ୍ଭ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଆସନ୍ତା ଡ଼ିସେମ୍ବ ୧୯ ରୁ ୨୨ ତାରିଖ ଗଜପତି ଉତ୍ସବ ଓ ୨୨ ରୁ ୨୩ ତାରିଖ ପ୍ରଯ୍ୟାନ୍ତ ପଳିଶ୍ରୀ ମେଳା ଅନୁଷ୍ଠିତ ହେବ ।

ଏହି ପ୍ରସ୍ତୁତି ବୈଠକରେ ଉତ୍ସବର ତାରିଖ ଓ ବିଭିନ୍ନ କମିଟି ଗଠନ କରାଗଲା। ଚଳିତ ବର୍ଷ ଗଜପତି ଉତ୍ସବ ପାଳିତ ହେଉଥିବା ଯୋଗୁଁ ଏହାକୁ ସ୍ବତନ୍ତ୍ର ଭାବରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମହୋତ୍ସବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପ୍ରଦର୍ଶନ ହେବା ସହ ରାଜ୍ୟର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

ଚଳିତ ବର୍ଷର ଗଜପତି ଉତ୍ସବର ସ୍ମରଣିକାରେ ମଧ୍ୟ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂସ୍କୃତି ଉପରେ ପର୍ଯ୍ୟବେଶିତ ଲେଖା ସ୍ଥାନ ପାଇବ । ଜିଲ୍ଲାର କଳା ସଂସ୍କୃତି କୁ ଅଧିକ ଗୁରୁତ୍ବ ଦିଆଯିବା ପାରଳାଖେମୁଣ୍ଡି ସହରର ଗଜପତି ଷ୍ଟାଡିୟମ୍ ଠାରେ ଏହି ମହୋତ୍ସବ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ,ବିଭିନ୍ନ ବିଭାଗର ଅଧିକାରୀ ଗଣ ଓ ସମସ୍ତ ସାମ୍ୱାଦିକ ବନ୍ଧୁଗଣ ଉପସ୍ଥିତ ଥିଲେ ।

Exit mobile version