ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ର ବନାଞ୍ଚଳ ରେ ବାଘ

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ଏକ ବନ୍ୟଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ଵନାଞ୍ଚଳର ବନକର୍ମଚାରୀ ଏବଂ ପାରଳାଖେମୁଣ୍ଡି ଵନଖଣ୍ଡର ଏସିଫ୍ଓ ଶ୍ରୀ ଅଶୋକ କୁମାର ଵେହେରା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲାପରେ ଏକ ଵାଘର ପାଦଚିହ୍ନ ଠାଵ କରିଥିଲେ ।

ପାଦଚିହ୍ନ ଗୁଡ଼ିକର ପ୍ଲାଷ୍ଟର ପେରିସ୍ ମାଧ୍ୟମରେ tracing କରାଯାଇଥିଲା। ସେହିଦିନ ଵାଘର ଅବସ୍ଥିତି ଜାଣିବା ପାଇଁ ସେହି ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି trap camera ଲଗାଯାଇଥିଲା । ଆଜି ତା ୨୦.୧୦.୨୦୨୩ ରିଖ ସକାଳୁ ଗୋଟିଏ camera ରେ ଏକ ମହାବଳ ଵାଘ ର ଅବସ୍ଥିତି ଜଣାପଡିଛି ।

ଏଥିଯୋଗୁଁ ଉକ୍ତ ଅଞ୍ଚଳର ଆଖପାଖ ସମସ୍ତ ଗ୍ରାମବାସୀ ମାନଙ୍କୁ ବାଘ ବୁଲୁଥିବାର ସତର୍କ ସୂଚନା ଦିଆଯାଇଛି । ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜର ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତ୍ର ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଛି ।

Exit mobile version