ରାଇରଙ୍ଗପୁର ଠାରେ ସ୍ବୟଂସେବକ ସଂଘ ର ବିଜୟା ଦଶମୀ ଉତ୍ସବ ପାଳିତ

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ବିଶ୍ବ ଦରବାରେ କିପରି ବିଶ୍ବ ଶାନ୍ତି ପ୍ରତିଷ୍ଠା କରିବା ଓ ସାମାଜିକ ସାଂସ୍କୃତିକ ର ବିକାଶ କ୍ଷେତ୍ରରେ ଜନ ସମାଜ କିପରି ଅଗ୍ରସର ହେବେ ସେ ନେଇ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ର ମୂଳ ମନ୍ତ୍ର ର ମୁଲ୍ଯବୋଧ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ । ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ଏହା ଏକ ସେଛାସେବକ ସଂଗଠନ ଅଟେ। ଏହି ସଂଗଠନ ଭାରତ ବର୍ଷର ୧୯୨୫ ମସିଆ ମହାରାଷ୍ଟ୍ର ର ନାଗପୁର ସହରରେ ପ୍ରଥମେ ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିଲା ।

ବିଜୟା ଦଶମୀ ଉତ୍ସବ ରେ ମା ଦୂର୍ଗା ଆସୁରିକ ଶକ୍ତି ମହିଷାସୁର କୁ ବୋଧ କରି ଶାନ୍ତି ପ୍ରତିଷ୍ଠା କରିଥିଲେ ଠିକ୍ ସେହିପରି ଅସାମାଜିକ ବ୍ୟକ୍ତିଙ୍କ ପାଖରେ ଥିବା ଆସୁରିକ ପ୍ରଭୁତି ଠାରୁ କିପରି ବିଜୟ ହାସଲ କରାଯାଇ ପାରିବ ସେ ଥିଲା ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ର ଚିନ୍ତାଧାରା । ତେଣୁ ବିଜୟା ଦଶମୀ ଦିନ କୁ ବିଜୟା ଦଶମୀ ଉତ୍ସବ ଭାବେ ସଂଘ ପାଳନ କରିଆସୁଅଛି ।

ଆଜି ରାଇରଙ୍ଗପୁର ନଗରରେ ମଧ୍ଯ ଶତାଧିକ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ର କର୍ମକର୍ତ୍ତାମାନେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରୁ ବାହାରି ଅଁଳାଡୁବା ର ଶିଶୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ । ଶିଶୁ ମନ୍ଦିର ରେ ଏକ ସାଧାରଣ ଶାନ୍ତି ପାଠ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଂଜୟ କୁମାର ମହାନ୍ତ , ଭାଗବତ ମହାନ୍ତ , ବଳରାମ ବାରିକ୍ , ଇଂ ରାମଚନ୍ଦ୍ର ହାଁସଦାଃ , ଅଙ୍କିଚ ପାଢିଆ , ବରୁଣ ଦେଏ ପ୍ରମୁଖ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ବିଜୟା ଦଶମୀ ଉତ୍ସବ କୁ ପାଳନ କରିଥିଲେ ।

Exit mobile version