ରେଡି ଭୋଲନ୍ଟିଅର୍ସ ଦ୍ବାରା ପୋଲିସ୍ ଶହୀଦ ସ୍ମୃତି ଦିବସ ପାଳିତ

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରାଇରଙ୍ଗପୁର ଟାଉନ ପୋଲିସ ବିଭାଗ ରେ ସ୍ବେଚ୍ଛାସେବୀ ସଂଗଠନ ରେଡି ଭୋଲନ୍ଟିଅର୍ସ ଆନୁକୁଲ୍ଯ ରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇ ଯାଇଛି। ରେଡି ଭୋଲନ୍ଟିଅର୍ସ କ୍ୟାପଟେନ ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଶହୀଦ ପୋଲିସ ମାନଙ୍କୁ ଶ୍ରଦ୍ଧାସୁମନ ଅର୍ପିତ କରାଯାଇଥିଲା ।

ଏସ ଡି ପି ଓ ଗୋକୁଳାନନ୍ଦ ସାହୁ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଏହି ଦିବସ ର ମହତ୍ବ ବିଷୟରେ ଅବଗତ କରାଇ ଥିଲେ। ଆଇ ଆଇ ସି ରୋଜାଲିନ ବେହେରା ଭୋଲନ୍ଟିଅର୍ସ ମାନଙ୍କୁ ପୋଲିସ ର କର୍ତ୍ତବ୍ଯ ଉପରେ ଆଲୋକପାତ କରିଥିଲେ। ରେଡି ଭୋଲନ୍ଟିଅର୍ସ ପ୍ରିତି ରାଜ, ସୁଭଦ୍ରା ବାରିକ, ତପାଇ ବେହେରା,

ଉଷସୀ ବେହେରା, ଜୟଶ୍ରୀ ବେହେରା, ଅବିନାଶ, ସୁନୀତା ଗିରି ଏବଂ ସବ ଇନ୍ସପେକ୍ଟର ଡି ଡି ମହାନ୍ତ, ଏସ ସଂଜତ, ଏ ଏସ ଆଇ ବି କେ ନାଏକ, ଏସ ଆର ମାଝି ସହିତ ବିଜୟ ଗିରି,ଜଗେନ୍ଦ୍ର ନାଏକ,ଦୁର୍ଗା ହୋ, ସୁର୍ଜନ୍ତ ମହାନ୍ତ, କାପୁରା ସୋରେନ, ସୁରେଖା ମହାନ୍ତ ଉଷା ମହାନ୍ତ ଓ ଅନ୍ଯାନ୍ଯ ପୋଲିସକର୍ମୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଟି ” ପୁଲିସ ଶହୀଦ ଅମର ରହେ ” ସ୍ଲୋଗାନ ସହିତ ସମାପ୍ତ ହୋଇଥିଲା ।

Exit mobile version