ବେଲଡିହ ଗ୍ରାମରେ ପୋଲିସ୍ ଚଢ଼ାଉ କରି ଅଭିଯୁକ୍ତ ଙ୍କ ଘରୁ ବିପୁଳ ପରିମାଣରେ ଵାଣ ଜବତ

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ଚାନ୍ଦପୁର :- ଆସୁଛି ଦୀପାବଳି ..ଦୀପାବଳି ରେ ଲୋକେ ଫୁଟାଇବେ ବାଣ। ତେଣୁ  ଦୀପାବଳୀରେ ବାଣ ବିକ୍ରି କରି ୨ ପଇସା ପାଇବା ନିଶାରେ  ବାଣ ବେପାରୀ ମାନେ  ଏବେଠାରୁ ଚୋରା ଲୁଚାରେ ଆରମ୍ବ କଲେଣି ବାଣ ମହଜୁଦ।ପୋଲିସ ଯେତେ ଯାହା କଲେ ବି ଚୋରା ବେପାରୀ ଙ୍କୁ ଲଗାମ ଲଗାଇଵା ରେ ହୋଇ ପାରୁନି ସମର୍ଥତେବେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ବେଆଇନ ବାଣ ମହଜୁଦ କରିବା ଅଭିଯୋଗରେ ବଡ଼ ଧରଣର ଚଢ଼ାଉ କରିଛି..ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବାରେ  ସମର୍ଥ ହୋଇଛି.. ତେବେ ବେପାରୀ ଫେରାର ହୋଇ ଯାଇଛି।ଆଜି ସକାଳୁ ସକାଳୁ ବେଲେଡିହ ଗ୍ରାମରେ ଚଢ଼ାଉ କରିଛି ନାଚୁଣୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିଛି l  ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ବେଲେଡିହ ଗ୍ରାମର କୁମ ମୁଦୁଲିଙ୍କ ଘରେ ବିପୁଳ ପରିମାଣରେ ବେଆଇନ ବାଣ ଗଛିତ ଥିବା ଖବର ପାଇଥିଲେ lସଙ୍ଗେସଙ୍ଗେ ଆଇଆଇସି ଟିମ ସହ ଏହି ଘରେ ଚଢ଼ାଉ କରିଛନ୍ତି l   ଚଢ଼ାଉ  ରହିଥିବା ବେଳେ ବିପୁଳ ପରିମାଣରେ ବେଆଇନ ବାଣ ଜବତ ହୋଇଛି l ତେବେ ବାଣ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି। ତେବେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।

Exit mobile version