Home ଓଡ଼ିଶା ବସ୍ ଧର୍ମଘଟର ପ୍ରଥମ ଦିନରେ ଯାତ୍ରୀ ହନ୍ତସନ୍ତ: ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- ସରକାର ଓ ବସ୍ ମାଲିକଙ୍କ ବିବାଦ, କିନ୍ତୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଏହି ପରିପ୍ରେକ୍ଷୀରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଏହି ଡାକରା କୁ ସମର୍ଥନ ଜଣାଇ ବାଲିଗୁଡା ଘରୋଇ ବସ ମାଲିକ ସଂଘ ସମସ୍ତ ଘରୋଇ ବସ ବନ୍ଦ ରଖିଛି l ଗୋଟିଏ ପଟେ ପାର୍ବଣ ପାଇଁ ଘର ମୁହାଁ ହୋଇଛନ୍ତି ଲୋକ, ଅନ୍ୟପଟେ ଜରୁରୀ କାମ । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ କିଏ ହସ୍ପିଟାଲ ଯିବା ପାଇଁ ଅପେକ୍ଷା କରି ରହିଛି ତ କିଏ ବହୁ ଦିନ ପରେ ଘରକୁ ଫେରୁଛି ବସ ବନ୍ଦ ଯୋଗୁଁ ବାଟରେ ଅଟକି ରହିଛି । ଏଭଳି ଦୁର୍ଦ୍ଦଶାର ଚିତ୍ର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି l ଘରୋଇ ବସ୍ ଗୁଡିକ ବନ୍ଦ ଥିବାରୁ ସରକାରୀ ବସ ମଧ୍ୟ ବାଲିଗୁଡା ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବାରୁ ଯାତ୍ରୀ ମାନେ ଆହୁରି ଅଧିକା ହନ୍ତସନ୍ତ ହୋଇଥିଲେ l ପ୍ରତିଦିନ ଭଳି ଆଜି ଫୁଲବାଣୀ ରୁ ବେଲଘର ଯିବା ସରକାରୀ ଗାଡି ସକାଳ ୯ ଘଣ୍ଟରେ ବାଲିଗୁଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବାଲିଗୁଡା ଠାରୁ ବେଲଘର ଯିବାକୁ ଅପେକ୍ଷା କରିଥିବା ଯାତ୍ରୀ ମାନେ ଗାଡି ପାଖକୁ ଗଲା ବେଳକୁ ଉକ୍ତ ଗାଡିର କର୍ମଚାରୀ କହିଲେ ଆଜି ବେଲଘର ଗାଡି ଯିବନାହିଁ, ଏଠାରୁ ଫୁଲବାଣୀ ଯିବ, ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଯାତ୍ରୀ ମାନେ ବହୁତ କାକୁତି ମିନତି ହୋଇଥିଲେ ମଧ୍ୟ ଉକ୍ତ ଗାଡି ବେଲଘର ନ ଯାଇ ଫୁଲବାଣୀ କୁ ଯାତ୍ରୀ ଧରି ଫେରିଯାଇଥିଲା l ପାର୍ବଣ ସମୟରେ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଅଟୋ ଏବଂ ଟ୍ରାଭେଲ୍ସ ଗାଡିର ଚାହିଦା ବଢିଛି । ବସ ଗଡୁନଥିବାରୁ ଲୋକମାନେ ବ୍ୟସ୍ତ ବିବ୍ରତ ହୋଇ ଅଟୋ ଓ ଟ୍ରାଭେଲ୍ସରୁ ବାଧ୍ୟ ହୋଇ ୨ଗୁଣ ଅଧିକା ଭଡ଼ା ଦେଇ ଗାଡି ନେଉଛନ୍ତି । କେଉଁଠି ଘରକୁ ଯିବା ପାଇଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି, ତ ଆଉ କେଉଁଠି ରୋଗୀ ଘରକୁ ଫେରିବା ପାଇଁ ଗାଡି ଭଡା କରି ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ରାସ୍ତା ଉପରେ ବି ଯାତ୍ରୀ ବସ୍ ପାଇଁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ଯୋଜନା ନେଇ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନଥିବା ସଂଘ ଅଭିଯୋଗ କରିଛି । ଘରୋଇ ବସ୍ ଚାଲୁନଥିବାରୁ ସରକାରୀ ବସ୍ ଏକମାତ୍ର ବିକଳ୍ପ ସାଜିଛି । ବସଷ୍ଟାଣ୍ଡରେ ଶହ ଶହ ଲୋକ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଛନ୍ତି । ବସ ବନ୍ଦ ଯୋଗୁଁ ସମଗ୍ର ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପୂର୍ବ ଦିନ ମାନଙ୍କ ଭଳି ଧର୍ମଘଟ ଶେଷ ପର୍ଯ୍ୟନ୍ତ ପୂର୍ବ ସମୟାନୁସାରେ ସରକାରୀ ବସ ଚଳାଚଳ କରିବାକୁ ଜନସାଧାରଣଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l Categories: ଓଡ଼ିଶା, କନ୍ଧମାଳ, ଦେଶ, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026