ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ଦ୍ଵାରା ବ୍ଲକ ସ୍ତରୀୟ ମିଶନ ଶକ୍ତି ଗୃହ ର ଶୁଭ ଉଦ୍ଘାଟନ

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ଦ୍ଵାରା ବ୍ଲକ ସ୍ତରୀୟ ମିଶନ ଶକ୍ତି ଗୃହ ର ଶୁଭ ଉଦ୍ଘାଟନ ଉତ୍ସବ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ର ବିନି ଯୋଗ ପାଣ୍ଠି ବଣ୍ଟନ ସ୍କୁଟି ବଣ୍ଟନ ଓ ଭତା ବଣ୍ଟନ କାର୍ଯ୍ୟକ୍ରମ 

ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ କରକମଳରେ ମାହାଙ୍ଗା ବ୍ଲକ୍ ସ୍ତରୀୟ ମିଶନ ଶକ୍ତି ମା ମାନଙ୍କର କୁଆଁପାଳ ବ୍ଲକ୍ ପାଖ ବସ ଷ୍ଟାଣ୍ଡ ନିକଟରେ ନୂତନ ମିଶନ ଶକ୍ତି ଗୃହ ର ଶୁଭ ଉଦ୍ଘାଟନ ହୋଇ ଥିଲା। ଏହା ସହିତ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ର ୧୨୫ ଟି ବିନିଯୋଗ ପାଣ୍ଠି ବଣ୍ଟନ, 

୩୬୬ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା , ଏବଂ ମାହାଙ୍ଗା ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ମିଶନ ଶକ୍ତି ମା ମାନଙ୍କର ପାଇଁ ସ୍କୁଟି -୬ ୫ଜଣ ମାଆ ମାନଙ୍କୁ ଯୋଜନା ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବରେ ମାହାଙ୍ଗା ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗ ଦେଇ ଥିଲେ।

ଏଥିରେ ଉପସ୍ଥିତ ଥିଲେ ବ୍ଲକ୍ ଅଧକ୍ଷା ଦିପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସୁସ୍ମିତା ଦାସ , ବ୍ଲକ୍ ସଭାପତି ରାଜ କିଶୋର ଜେନା, ଏସ୍ ଏସ ଜି ଫେଡ୍ରେସନ ର ସଭାପତି ଶ୍ରୀମତୀ ସସ୍ମିତା ମହାନ୍ତି ,

ବି ଡି ଓ ମହୋଦୟ ଏବଂ ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ ଥିବା ମୂରବୀ, ମହିଳା, ଯୁବ, ଛାତ୍ର ଏବଂ ଅନ୍ୟ ମାନେ ଆମର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓ ମାହାଙ୍ଗା ର ବିଧାୟକ ଙ୍କୁ ଧନ୍ୟବାଦ୍ ସହିତ ପ୍ରସଂଶା ମଧ୍ୟ କରିଥିଲେ ।

Exit mobile version