ମୋହନା ବ୍ଲକରେ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

୧୯ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର (ଓଏଏସ) ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଚିକିଟି ସମେତ ଏକାଧିକ ବ୍ଲକ ରେ କାର୍ଯ କରି ସୁନାମ ଅର୍ଜନ କରିଛନ୍ତି । ସେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ ସଠିକ ସମୟରେ କରି ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ ।

ସେହିପରି ଗଜପତି ଜିଲ୍ଲା ର ସର୍ବ ବୃହତ୍ତମ ବ୍ଲକ ମୋହନାରେ ନିଯୁକ୍ତ ହୋଇ ପୂର୍ବ ଭଳି କାର୍ଯ୍ୟ କରିବେ ବୋଲି ସାଧାରଣ ଲୋକ ଆଶା ରଖିଛନ୍ତି। ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସେହିପରି ଲୋକଙ୍କ ଆଶାକୁ ଅଗ୍ରାଧିକାର ଦେଇ ଉନ୍ନୟନ ମୂଳକ କାର୍ଯ୍ୟ କରିବେ ବୋଲି ଆଶା ।

Exit mobile version