ସମସ୍ତ ସ୍କୁଲ୍ର ଶିକ୍ଷୟତ୍ରୀଙ୍କ ପାଇଁ ଗୋଟିଏ ରଙ୍ଗର ଶାଢୀ ଲାଗୁ ହେବା ପଛରେ ଗୋଟିଏ ବଡ ଡିଲ୍ ହୋଇଛି .
ଉକ୍ତ ଶାଢୀ କମ୍ପାନୀ ଏବଂ ମହିଳା କମିଶନରଙ୍କ ବିସ୍ତୃତ ବିବରଣୀ ପରବର୍ତ୍ତୀ ସଂଖ୍ୟାର ପ୍ରକାଶ କରାଯିବ ।
୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସମସ୍ତ ସ୍କୁଲ୍ର ଶିକ୍ଷୟତ୍ରୀଙ୍କ ପାଇଁ ଗୋଟିଏ ରଙ୍ଗର ଶାଢୀ ଲାଗୁ ହେବା ପଛରେ ଗୋଟିଏ ବଡ ଡିଲ୍ ହୋଇଛି . ସାଧାରଣତଃ ସ୍କୁଲ୍ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ କରାଯାଇଥାଏ । ବିଭିନ୍ନ ସ୍କୁଲ୍ ଓ କଲେଜର ଭିନ୍ନ ଭିନ୍ନ ରଙ୍ଗର ଡ୍ରେସ୍ କୋଡ଼ ଲାଗୁ କରାଯାଇଥାଏ । କାରଣ ଡ୍ରେସ୍ କୋର୍ଡ଼ରୁ ଛାତ୍ରଛାତ୍ରୀମାନେ କେଉଁ କଲେଜରେ ଅଧ୍ୟୟନ କରୁଛନ୍ତି ତାହା ସହଜୟରେ ଜଣାପଡ଼ିଥାଏ ।
ମାତ୍ର ଛାତ୍ରଛାତ୍ରୀଙ୍କ ବଦଳରେ ସ୍କୁଲ୍ ଶିକ୍ଷୟତ୍ରୀମାନଙ୍କ ଲାଗ ମଧ୍ୟ ଡ୍ରେସ୍ କୋଡ ଲାଗୁ ହୋଇଥିଲା ବୋଧ ହୁଏ ୨୦୧୬ ମସିହାରେ । ପ୍ରଥମ ଥର ପାଇଁ ଏହା ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ଲାଗୁ ହୋଇଥିଲା ତାହା ପୁଣି ପିଙ୍କ୍ ରଙ୍ଗର ଶାଢୀ । ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ରଙ୍ଗର ଡ୍ରେସ୍ କୋଡ଼ ଲାଗୁ ହୋଇଥିବା ବେଳେ ସମସ୍ତ ସ୍କୁଲ୍ର ଶିକ୍ଷୟତ୍ରୀଙ୍କ ପାଇଁ ଗୋଟିଏ ରଙ୍ଗର ଶାଢୀ ଲାଗୁ ହେବା ପଛରେ ଗୋଟିଏ ବଡ ଡିଲ୍ ହୋଇଛି ବୋଲି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଆରମ୍ଭ କଲାଣି ।
ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ଲାଗୁ ହୋଇଥିବା ବେଳେ ସମଗ୍ର ଶିକ୍ଷୟିତ୍ରୀମାନଙ୍କ ପାଇଁ ପିଙ୍କ ରଙ୍ଗର ଶାଢୀ ଲାଗୁ କରିବା ପଛରେ ଏକ ବଡ଼ ଡିଲ୍ ହୋଇଥିଲା । ସେହି ସମୟରେ ଥିବା ଜଣେ ମହିଳା କମିଶନର ଏହି ଡିଲ୍ ପଛର ମୁଖ୍ୟ କାର୍ପେଟଦାର ବୋଲି ଶୁଣିବାକୁ ମିଳୁଛି । ଏକ ପ୍ରତିଷ୍ଠିତ ଶାଢୀ କମ୍ପାନୀ ସହିତ ମହାଶୟାଙ୍କ ଡ଼ିଲ୍ ହୋଇଥିଲା । ଏଥିପାଇଁ ଉକ୍ତ ଶାଢୀ କମ୍ପାନୀ ମହିଳା କମିଶନରଙ୍କୁ କୋଟି କୋଟି ଟଙ୍କା ଉତ୍କୋଚ ପ୍ରଦାନ କରିଥିଲେ ବୋଲି ଶୁଣିବାକୁ ମିଳୁଛି ।
କୋଟି କୋଟି ଟଙ୍କା ଲୋଭର ବଶବର୍ତ୍ତୀ ହୋଇ ମହିଳା କମିଶନର ଜଣକ ଶାଢୀ କମ୍ପାନୀ ସହିତ ଡିଲ୍ କରିଥିଲେ ଏବଂ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷୟତ୍ରୀମାନେ ପିଙ୍କ ରଙ୍ଗର ଶାଢୀ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିୟମ ଲାଗୁ କରାଯାଇଥିଲା । ଫଳରେ ଉକ୍ତ ଶାଢୀ କମ୍ପାନୀର ଶହ ଶହ କୋଟି ଟଙ୍କାର ଶାଢୀ ବିକ୍ରି ହୋଇଥିଲା । ଏହି ସୁଯୋଗକୁ ହାତଛଡ଼ା ନକରି ଶାଢୀ କମ୍ପାନୀ ମୋଟା ଅଙ୍କର ଶାଢୀ ବିକ୍ରି କରିବାକୁ ପଛଘୁଞ୍ଚା ଦେଇନଥିଲେ । ଉକ୍ତ ଶାଢୀ କମ୍ପାନୀ ଏବଂ ମହିଳା କମିଶନରଙ୍କ ବିସ୍ତୃତ ବିବରଣୀ ପରବର୍ତ୍ତୀ ସଂଖ୍ୟାର ପ୍ରକାଶ କରାଯିବ ।
