ରଣପୁର ରାଜନୀତି : ଦଳରେ ହତାଦାର ହେଲେ ନର୍ମଦା – ଏବେ ହେବେ କାହାର …?

୧୮ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ରାଜନୀତି ମହଲରେ ଉଠିଛି ଝଡ । ବିଜେଡି ଦଳରୁ ନର୍ମଦା ଙ୍କୁ ବୟକଟ୍ କରିଛନ୍ତି କର୍ମୀ । ତେବେ ରଣପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ଦଳର କର୍ମୀ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ରଣପୁର ବ୍ଲକ୍ ର ସମସ୍ତ ଜୋନ ରେ ଶତାଧିକ କର୍ମୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିବା ବେଳେ ଗୋପାଳପୁର ଜୋନ, ବଳଭଦ୍ରପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଥିଲା । ସରପଞ୍ଚ ଙ୍କ ନେତୃତ୍ୱରେ ଉକ୍ତ ସମ୍ମିଳନୀ ଟି ଅନୁଷ୍ଠିତ ହୋଇଯାଇଥିଲା । ଯେଉଁଥିରେ ଶତାଧିକ ବିଜେଡି ସମର୍ଥକ ଓ ବରିଷ୍ଠ ନେତା , ଛାତ୍ର ନେତା ଯୋଗଦାନ କରିଥିବା ଦେଖା ଦେଇଥିଲା ।

ହେଲେ ଏସବୁ ଭିତରେ ବିଜେଡି ର ମହିଳା ସଭାପତି ଓ ଆତ୍ମା ର ପ୍ରେସିଡେଣ୍ଟ ତଥା ଜିଲ୍ଲାପରିଷଦ ପାର୍ଥି ନର୍ମଦା ରାୟ ଙ୍କ କାହିଁ ଦେଖା ଦର୍ଶନ ମିଳି ନଥିଲା । ଏମିତି ରେ ଦେଖିବାକୁ ଗଲେ ନର୍ମଦାଙ୍କୁ ଉକ୍ତ ସମ୍ମିଳନୀ କୁ ଡକା ଯାଇ ନଥିଲା । ଦଳୀୟ କର୍ମୀ ମାନେ ନର୍ମଦା ଙ୍କୁ
ବାଦ୍ ଦେଇ ଆଗେଇ ନେଇଥିଲେ ବୈଠକ । ୨୦୨୨ ର ପଞ୍ଚାୟତ ନିର୍ବାଚନ ରେ ନର୍ମଦା ଙ୍କ ଉପରେ ଆଶା ରଖି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ର ଅତି ନିଜର ହୋଇ ଜିଲ୍ଲାପରିଷଦ ଟିକେଟ ର ଅଧିକାରିଣୀ ହୋଇ ବଳଭଦ୍ରପୁର ପଞ୍ଚାୟତରେ ନିର୍ବାଚନ ଲଢ଼ିଥିଲେ ।

ହେଲେ ଉକ୍ତ ପଞ୍ଚାୟତ ରେ ନର୍ମଦା ଙ୍କ ଉପରେ ଜନସାଧାରଣ ଙ୍କର ବିଶ୍ୱାସ ଓ ଲୋକପ୍ରୀୟତା ନଥିବା କାରଣ ରୁ ବହୁଳ ଭୋଟ ରେ ବିଜେଡି କୁ ଅମାନତ ହରାଇବାକୁ ପଡ଼ିଥିଲା ଏବଂ ସେଠାରେ ବିଜେପି ଜିଲ୍ଲା ପରିଷଦ ଆସନ ହାତେଇଥିଲା । ତେବେ ସାଧାରଣ ରେ ଦେଖିବାକୁ ଗଲେ ଦଳ ର କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ଙ୍କ ପର୍ଯ୍ୟନ୍ତ କେହି ବି ନର୍ମଦା ଙ୍କ ଉପରେ ଖୁସ୍ ନାହାନ୍ତି । ଯେଉଁଥିପାଇଁ ସେ ଗୋପାଳପୁର ଜୋନରେ ଜନସାଧାରଣଙ୍କର ମଧ୍ୟ ଅପ୍ରିୟର ପାତ୍ରୀ ହୋଇଛନ୍ତି ।

ନିଜର ସଙ୍ଗଠନ ନଥାଇ ବରିଷ୍ଠ କର୍ମକର୍ତ୍ତା ଙ୍କୁ ସାଙ୍ଗରେ ନ ଧରି ଆପଣା ସୁଖେ ବଞ୍ଚୁଥିବା ନର୍ମଦା ଙ୍କ ପ୍ରତି ଅସନ୍ତୋଷ ହୋଇ ବିଜେଡି କର୍ମୀ ମାନେ ତାଙ୍କୁ ଦଳରୁ ବୟକଟ୍ କରିଥିବା ଦେଖିବାକୁ ମିଳିଛି । ଏହି ଘଟଣାଟି ପ୍ରଥମ ଥର ପାଇଁ ନୁହେଁ ଦୁଇ ଦୁଇ ଥର ଦଳରେ ଏପରି ଘଟଣା ଘଟି ସାରିଛି । ପ୍ରଥମେ ଗୋପାଳପୁର ଜୋନର ଶରତ ଚନ୍ଦ୍ର ରଥ (ଗେଡୁ ଭାଇନା) ଙ୍କ ପ୍ରତି ଅସନ୍ତୋଷ ହୋଇ ସମସ୍ତ ପଞ୍ଚାୟତବାସୀ ଭୋଟ ବର୍ଜନ କରିଥିବା ଦେଖା ଦେଇଥିଲା ।

ପରେ ଅପ୍ରୀୟତା ର ଶିକାର ହୋଇଥିଲେ ସୁନାଖଳା ଜୋନର ସଚ୍ଚିକାନ୍ତ ଷଡଙ୍ଗୀ ଚଳିତ ନିର୍ବାଚନ ରେ ବହୁ ଭୋଟ ରେ ମାତ୍ ଦେଇ ସଚ୍ଚିକାନ୍ତ ଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା ତାପରେ ଏବେ ପାଳି ପଡ଼ିଛି ରଣପୁର ବ୍ଲକ୍ ଗୋପାଳପୁର ଜୋନ ର ନର୍ମଦା ରାୟ ଙ୍କ ଉପରେ । ଯାହାଙ୍କୁ ନେଇ ବିଭିନ୍ନ ରାଜନୀତିକ ଆଲୋଚନା ସମାଲୋଚନା ହେଉଥିବା ଦେଖିବାକୁ ମିଳିଛି । ନର୍ମଦା ବିଜେଡ଼ି ଦଳରୁ ବାହାରି ଯାଇ କେଉଁ ଦଳର ଶରଣାଗତ ହେଉଛନ୍ତି ଦେଖିବାକୁ ବାକି ରହିଲା ।

 

Exit mobile version