ଅବକାରୀ ବିଭାଗ ପକ୍ଷରୁ ଚଢାଉ : ମୋଟର ସାଇକେଲ ସହ ୪୦ ଲିଟର ମଦ ଜବତ,ଜଣେ ଗିରଫ

୧୮ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :->      ପାର୍ବଣ କୁ ନିଶା ମୁକ୍ତ କରିବା ଉଦ୍ଦେଶ୍ୟରେ ଭୁବନ ଅବକାରୀ ବିଭାଗ ତରଫରୁ ରୀତିମତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଭୁବନ ଥାନା ଅନ୍ତର୍ଗତ ଜୟପୁର (ଚଣ୍ଡିପାଳ) ଗ୍ରାମର ଅବକାଶ ମଲିକ ନାମକ ଜନୈକ ବ୍ୟକ୍ତି ନିଜ ହିରୋ ସ୍ପେଲଣ୍ଡର ମୋଟର ସାଇକେଲ ରେ ଏକ ଜାରକିନ ରେ ଚୋରା ଦେଶୀ ମଦ ନେଇ ଯାଉଥିବା ଖବର ପାଇ ଅବକାରୀ ଟିମ୍ ଓଡିଶ ଗ୍ରାମରେ ଚଢ଼ାଉ ପିଛା କରି ଧରିଥିଲେ ।

ଅବକାରୀ କମିଶନର ନରସିଂହ ଭୋଳ,ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ ରେ ଭୁବନ ଅବକାରୀ ବିଭାଗ ପକ୍ଷରୁ ଓ ଆଇ ସି ସୌରଭ ମିଶ୍ର, ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ ଙ୍କ ନେତୃତ୍ୱ ରେ କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।

୪୦ ଲିଟର ମଦ ସହ ସଂପୃକ୍ତ ବ୍ୟକ୍ତି ଙ୍କ ମୋଟର ସାଇକେଲ ଜବତ କରାଯାଇ ଅଭିଯୁକ୍ତ ଙ୍କୁ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସଂପର୍କ ରେ ଓ ଆଇ ସି ସୌଭାଗ୍ୟ ମିଶ୍ର ସୂଚନା ଦେଇଛନ୍ତି।

Exit mobile version