ପାରଳାଖେମୁଣ୍ଡି ସ୍ଥିତ ପି ଏଚ ଡି କାର୍ଯ୍ୟାଳୟର ଗୋଦାମ ଘରୁ ୮ଫୁଟର ଅଜଗର ଉଦ୍ଦାର

୧୮ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚ୍ ଡି କାର୍ଯ୍ୟଳୟର ଗୋଦାମ ଗୃହରୁ ୮ଫୁଟର ଅଜଗର ସାପ ଉଦ୍ଦାର ହୋଇଛି | ସାପଟି ଗୋଦାମ ଭିତରେ ଥିବା ଲୋକେ ଜାଣିପାରି ରାତ୍ର ପ୍ରକୃତି ବନ୍ଧୁ ନାଗେଶ୍ବର ମହାପାତ୍ରଙ୍କୁ ଜଣାଇଥିଲେ | ଅନେକ କସରତ ବିଳମ୍ବିତ ରାତ୍ର ଯାଏଁ କରିବା ପରେ ସାପଟିକୁ ନାଗେଶ୍ବର କାବୁ କରିପାରିଥିଲେ |

ସେଠାରେ ଉପସ୍ଥିତ ସମସ୍ତଙ୍କୁ ସାପକୁ ଦେଖି ଭୟଭିତ ନହେବାକୁ କହିବା ସହ ସାପର କୌଣସି କ୍ଷତି ନକରିବାକୁ ନାଗେଶ୍ବର ସଚେତନ କରିଥିଲେ | ଉଦ୍ଦାର ସାପଟିକୁ ରାଣିପେଣ୍ଠ ନିକଟସ୍ଥ ଜଙ୍ଗଲରେ ନାଗେଶ୍ବର ମହାପାତ୍ର କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଛାଡି ଥିବା ସୂଚନା ମିଳିଛି |

Exit mobile version