ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ରେ ମାତୃକର୍ମଶାଳା ଅନୁଷ୍ଠିତ

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଇଟାମାଟି :-> ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଭିଭାବିକା ବିଜୟଲକ୍ଷ୍ମୀଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ଅତିଥିଙ୍କ ପରିଚୟ କରିଥିଲେ । ବିଦ୍ୟାଳୟର ସମ୍ପାଦକ ରଜନୀକାନ୍ତ ମିଶ୍ର ସ୍ବାଗତ ଅଭଭାଷଣ ପ୍ରଦାନ କରିବା ସହିତ ମାତୃକର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ଧାରଣ ଦେଇଥିଲେ।

ଶିଶୁବାଟିକା ପ୍ରମୁଖା ଟୁନି ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମା ମାନଙ୍କ ଦ୍ଵାରା ବୌଦ୍ଧିକ ବିକାଶ ର ଉପକରଣ ପ୍ରସ୍ତୁତି ,ହସ୍ତକର୍ମ ,ସଙ୍ଗୀତ ଚୌକି, ବଲ ପିଙ୍ଗା,ଧନ ସଂଗ୍ରହ,ହାତୀ ଶୁଣ୍ଢ ଛୁଁ,ଅଭିନୟ ସାହାଯ୍ୟରେ ଅଙ୍କଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା . ଏହି କାର୍ଯ୍ୟକ୍ରମରେ ୭୫ ଜଣ ଅଭିଭାବିକା ଯୋଗ ଦେଇଥିଲେ।ବନ୍ଦେମାତରଂ ପରେ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।

Exit mobile version