ସାଇବର ଅପରାଧ ରୋକିବା ଦିଗରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଡିଜିଟାଲ ଯୁଗରେ ଡିଜିଟାଲ ଚୋର ଙ୍କ ଚୋରି କରିବାର ନୂଆ ତରିକା।ଆଉ ରାସ୍ତା ଘାଟରେ ,ଘର ଭିତରେ ଚୋରି କମି ଥିବା ବେଳେ ବିଜ୍ଞାନ ଙ୍କୁ ଦୁରୁପ୍ ଯୋଗ କରି ସହଜ ଓ ସରଳ ଉପାୟରେ ନିମିଷକ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ରୁ ଖାଲି ହୋଇ ଯାଉଛି ଲକ୍ଷ୍ୟା ଧିକ ଟଙ୍କା ,କଷ୍ଟ ଉପାର୍ଜିତ ଧନକୁ ବ୍ୟାଙ୍କ ଙ୍କୁ ସୁରକ୍ଷିତ ଭାବି ଲୋକେ ଜମା କରିଥାନ୍ତି । ସାଧରଣ ଲୋକଙ୍କ ଟଙ୍କା,ଡିଜିଟାଲ ଯୁଗରେ ଡିଜିଟାଲ ଠକ ମାନେ ମୋବାଇଲ୍ କୁ OTP number ପଠାଇବା ସହ ଲୁଟି ନିଅନ୍ତି ଆଖି ପିଛୁଳାକେ ଲକ୍ଷ୍ୟ ଟଙ୍କା।ପ୍ରତିଦିନ ସାରା ଭାରତ ରେ ସାଇବର ଠକ ମାନଙ୍କର ସଂଖ୍ୟା ବଢ଼ି ଯିବାରୁ ପୁରୁଷ ବା ସ୍ତ୍ରୀ ପଡ଼ି ଯାଆନ୍ତି ଠକ ଙ୍କ ପାଲରେ ।

ସର୍ବ ସ୍ୱ ହରାଇ ତଳି ତାଳନ୍ତୀ ହୋଇଯାଆନ୍ତି । ସେଥି ପାଇଁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଚେତନତା ରଥ ପଠାଇ ଗାଁ ଠୁ ସହର ଲୋକ ମାନଙ୍କୁ ସଚେତନତା କରିବା ପାଇଁ ପ୍ରୟାସ କରିଛନ୍ତି । ସେହି ପରି କଟକ ଜିଲ୍ଲା ନିଆଳି ଥାନା ନିକଟସ୍ତ ନିଆଳି ହାଇ ସ୍କୁଲ ପଡିଆରେ ସାଇବର ସଚେତନ ରଥ ପହଞ୍ଚି ବା ପରେ ସ୍ଥାନୀୟ ପୋଲିସ ଏହି ରଥ କୁ ସ୍ଵାଗତ କରିଥିଲେ । ପରେ ପରେ ନିଆଳି ହାଇ ସ୍କୁଲ ଛାତ୍ର ଛାତ୍ରୀ ମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଆସିଥିବା ସାଇବର ରଥ ରେ କଳାକାର ମାନଙ୍କ ଦ୍ଵାରା ଏକ ପ୍ରଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା

ଏହାକୁ ଛାତ୍ର ଛାତ୍ରୀ ମାନେ ଢେରେ ଉପ ଭୋଗ କରିବା ସହ ଅନେକ ସାଇବର ଅପରାଧ ରୁ କିପରି ମୁକ୍ତି ପାଇପାରିବେ ସେ ବିଷୟରେ ଜାଣି ବାକୁ ପାଇଥିଲେ । ସେହି ପରି ପ୍ରାଚୀ ମହିଳା ମହାବିଦ୍ୟାଳୟ ରେ ସଚେତନ ତା ସାଇବର ରଥ ପହଞ୍ଚି ବା ପରେ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପିକା ମାନେ ଭବ୍ୟ ସ୍ଵାଗତ ଜଣାଇଥିଲେ ଏବଂ ସାଇବର ରଥ ରେ ଆସିଥବା କଳାକାର ମାନଙ୍କ ଦ୍ଵାରା କଳା ପରିବେଷଣ କରାଯାଇଥିଲା ।

ସାଇବର ଅପରାଧ ରୋକିବା ଲାଗି ୧୯୩୦ ନମ୍ୱର ରେ କଲ କଲେ ସାଇବର ଅପରାଧ ଧରା ପଡ଼ିଯିବ ବୋଲି ସାଧାଣର ଲୋକ ଙ୍କ ପରାମର୍ଶ ଦିଆଯାଇଥିଲା ।ସେହି ପରି ଓଡ଼ିଶା ପୋଲିସ ଏସ ପି ଙ୍କ ପକ୍ଷରୁ ସାମ୍ବାଦିକ ,ବରିଷ୍ଟ ,ନାଗରିକ ବୁଦ୍ଧି ଯିବି ସଚେତନ ନାଗରିକ ମାନଙ୍କୁ ନେଇ ନିଆଳି ଥାନା ଠାରୁ ଏକ ସଚେତନତା ଶୋଭଯାତ୍ରାରେ ବାହାରି ନିଆଳି ବଜାର ଠାରେ ପହଞ୍ଚି ସାଇବର ଅପରାଧ ରୋକିବା ଦିଗରେ ଆମେ ସମସ୍ତେ ସଚେତନ ହେବା ଉଚିତ୍ ବୋଲି କଟକ ଏସ ପି କହିଥିଲେ । ପରେ ପରେ କଳାକାରଙ୍କ ଦ୍ବାରା ପଥ ପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ।

Exit mobile version