ଲଳିତଗିରି ବୁଲିବା ହେଲା କାଳ, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଜଣେ ଆହତ

ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତ ଗିରି ବୌଦ୍ଧ ବିହାର ବୁଲିବାକୁ ବାଇକ ରେ ଆସିଥିବା ଦୁଇ ସାଙ୍ଗ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଂଚଳ କଂସାର ଗ୍ରାମର ର ଯୁବକ ପ୍ରଭାତ ସ୍ୱାଇଁ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ସେହି ବ୍ଲକର ଯାଲକଣା ଗ୍ରାମର ଲିପୁନ ମହାପାତ୍ର ଗୁରୁତର ଆହତ ହୋଇ ମାହାଙ୍ଗା ମେଡ଼ିକାଲରେ ଚିକିଛିତ ହେଉଥିବା ଜଣା ଯାଇଛି

ସେମାନଙ୍କ ଗାଡିକୁ ପଛପଟୁ ଏକ ଅଜଣା ଗାଡି ଧକା ଦେବା ଫଳରେ ସେମାନେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଦୁର୍ଘଟଣାର ଶିକାର ହୋଇଥିଲେ ଉଭୟଙ୍କୁ ମାହାଙ୍ଗା ମେଡିକାଲ ରେ ଭର୍ତ୍ତି କରାଯାଇଥିବାବେଳେ ପ୍ରଭାତ କୁ ଡାକ୍ତର ମୃତ ଘୋଷଣା କରିଛନ୍ତି, ଲିପୁନ ସ୍ଵାସ୍ତ୍ୟବସ୍ତା ଭଲ ଥିବା ଜଣାଯାଇଛି, ରିପୋର୍ଟ ଲେଖା ହେବାଯାଏ ଏଥିନେଇ କୌଣସି ଅଭିଯୋଗ ଥାନାରେ ହୋଇନଥିବା ଜଣାଯାଇଛି (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ ଙ୍କ ରିପୋର୍ଟ)

Exit mobile version