କେ. ଏମ୍. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆଗ, ଉଦୟଗିରି :-> ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ କେ.ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ    ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ ପ୍ରତିଯୋଗିତା ବେଶ ଧୂମଧାମରେ ପାଳିତ ହୋଇଯାଇଛି l ଆଜିର ଶିଶୁ କାଲିର ଭବିଷ୍ୟତ l ଶିଶୁ ହସିଲେ ଦୁନିଆ ହସେ l ଏଣୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ନିର୍ଦେଶକ୍ରମେ ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଏବଂ ସେମାନଙ୍କ ଶାରୀରିକ, ମାନସିକ ତଥା ବୌଦ୍ଧିକ ଗୁଣାବଳୀର ଅଭିବୃଦ୍ଧି ନିମନ୍ତେ ପାଳନ କରାଯାଇଥିଲା ଏହି ସୁରଭି ଉତ୍ସବ l

ଉକ୍ତ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ ସଭାପତିତ୍ୱ କରିଥିଲାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲରିମନ ଖାରସେଲ ମୁଖ୍ୟ ବକ୍ତା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା ଓ ଶ୍ରୀମତୀ ତପସ୍ୱିନୀ ସାହୁ ମୁଖ୍ୟ ଅତିଥି ଏବଂ ସାରସ୍ୱତ ଅତିଥିରୂପେ ଯୋଗଦାନ କରିବା ସହିତ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦଣ୍ଡପାଣି ବଡ଼ମୁଣ୍ଡି, ସରପଞ୍ଚ ଶ୍ରୀମତୀ ଦ୍ରୌପଦୀ ରଇତ ଏବଂ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସାଧୁଚରଣ ଦଣ୍ଡସେନା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରାଇଥିଲେ l

ଉକ୍ତ ପରିପ୍ରେକ୍ଷୀରେ 13ଟି କ୍ଲଷ୍ଟରରୁ ପ୍ରାୟ 350 ଜଣ ଛାତ୍ରଛାତ୍ରୀ ଭାଷଣ, କୁଇଜ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ସଂଗୀତ ଏବଂ ଦଳଗତ ନୃତ୍ୟ ଆଦି ବିଭିନ୍ନ ବିଷୟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହିତ 120 ଜଣ ଶିକ୍ଷକଶିକ୍ଷୟତ୍ରୀ ଯୋଗଦାନ କରିଥିଲେ l ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ.ଭାଲିଆସାହିର ଛାତ୍ରୀମାନେ ଦଳଗତ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି l

ଏଣୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ଉକ୍ତ କାର୍ଯ୍ୟକ୍ରମ ଆୟୋଜନର ଗୁରୁଦାୟିତ୍ୱ ବହନ କରିଥିଲେ l ଏହି ଅବସରରେ ସିଆରସିସି ଶ୍ରୀଯୁକ୍ତ ଅନାସୀମ ମଣ୍ଡଳ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନେ ଯଥା – ତାରିଣୀ, କିଶୋର, ନୀଳକଣ୍ଠ, ସନ୍ତୋଷ, ଦିଗାମ୍ବର, ସଞ୍ଜୟ, ଅସିତ, କେଦାର, ସୁଶାନ୍ତ, ସୁଷମା, ମମତା, ବିରଜା, ରବିନା, ପ୍ରଜ୍ଞା, ସଂଗୀତା, ସୁନିତା ସମସ୍ତ ଦାୟିତ୍ୱ ବୁଝିଥିବାବେଳେ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ଶ୍ରୀଯୁକ୍ତ ଅଭୟ ଦାସ ସଭା ପରିଚାଳନା କରିଥିଲେ l

Exit mobile version