ଓଡ଼ିଶାରେ ୩,୨୧,୪୪୩ ଟି ନମୁନା ପରୀକ୍ଷା କରାଯାଇଛି,୧୧,୯୫୬ ଜଣ ପଜିଟିଭ୍‌ ଚିହ୍ନଟ ,୭୯୭୨ ଜଣ ରୋଗୀ ସୁସ୍ଥ, ୫୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – କୋଭିଡ-୧୯ ରୋଗୀଙ୍କ ସୁସ୍ଥ ସଂଖ୍ୟା କ୍ରମାନ୍ୱୟରେ ତିନିଦିନ ଧରି ବୃଦ୍ଧି ପାଇଛି । ଆଜି ରେକର୍ଡ ସଂଖ୍ୟକ ସର୍ବାଧିକ ୫୬୫ ଜଣ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୨୧,୪୪୩ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୧,୯୫୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭୯୭୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଡାକ୍ତରଖାନାରୁ ଫେରିଛନ୍ତି । ୫୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୯୧୧ରହିଛି । ୪,୪୭୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version