ମରଣଯନ୍ତା ପାଟିଛି ଦୁର୍ଗମ ଅନରସିଂ ଗ୍ରାମ ରାସ୍ତା

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ତବାରସିଂ ଗ୍ରାମ ପଞ୍ଚାୟତର ଦୁର୍ଗମ ଓ ପାହଡଆ ଅଞ୍ଚଳର ଏକ ନମ୍ବର ଓ୍ବାର୍ଡ ଅନରସିଂ ଗ୍ରାମ ରାସ୍ତା ମରଣଯନ୍ତା ପାଲଟି ଥିବାରୁ ଗ୍ରାମବାସୀ ଯାତାୟତ ଭାରି ଅସୁବିଧା ସମ୍ମୁଖିନ ହେଉଛନ୍ତି । ଏହି ଗ୍ରାମରେ ୬୦ ଘର ଥିବା ବେଳେ ତାହାସହ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଓ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟରେ ୩୮ ଜଣ ଛାତ୍ରଛାତ୍ରୀ ପଡୁଛନ୍ତି । ଉର୍ଚ ଶିକ୍ଷା ପାଇଁ ନିକଟସ୍ଥ ଗ୍ରାମ ତବାରସିଂ , ରାମଗିରି, ଅନଗାଁ ଓ ରଣ୍ଡିବା ଯିବାକୁ ପଡୁଛି ।

କିନ୍ତୁ ରାସ୍ତା ଅବସ୍ଥା ନ କହିବା ଭଲ । ଏହି ରାସ୍ତା ସମସ୍ୟା ପାଇଁ ପୂର୍ବତନ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ସୁଣାଣି ଏବଂ ସାଂସଦ ଚନ୍ଦ୍ରଶେଖର ସାହୁ ଓ ମୋହନା ନିର୍ବାଚନ ବିଧାୟକ ଦାଶରଥି ଗମାଙ୍ଗ ବୁହୁବାର ଅଭିଯୋଗ କରିଆସୁଛନ୍ତି । ଜିଲ୍ଲାପ୍ରଶାସନ ଓ ସାଂସଦ ଓ ବିଧାୟକ ଏହାର ସମାଧାନ ହୋଇପାରୁନି । ଗତ ଦୁଇ ବର୍ଷ ତଳେ ଅନରସିଂ ଗ୍ରାମର ଶବର ସମାଜ କଲ୍ୟାଣ ସମିତି କେନ୍ଦ୍ର କାର୍ଯ୍ୟାଳୟ ଗୃହ ଉଦ୍ଘାଟନ ସେହି ସମୟରେ ଗ୍ରାମବାସୀ ରାସ୍ତା ସମସ୍ୟା ବିଷୟ ବିଧାୟକ ଶ୍ରୀ ଗମାଙ୍ଗ ଜଣାଇଥିଲେ ବିଧାୟକ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ରାସ୍ତା ମରାମତି କରାଯିବ ଜିନ୍ତୁ ବିଧାୟକ ପ୍ରତିଶୃତି ପାଣିର ଗାରଭଲି କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି ହୋଇପାରୁନି ।

ତୁରନ୍ତ ରାସ୍ତାର ପୁନରୁଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ନଚେତ ଆଗାମୀ ନିର୍ବାଚନରେ ସଠିକ୍ ଜବାବ ଦେଖିବାକୁ ସଜବାଜ ହେଉଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି ବିଷୟ ବ୍ଳକ ନିର୍ବାହୀ ଯନ୍ତୀ ଶ୍ରୀଧାଥ ତ୍ରିପାଠୀଙ୍କ ଯୋଗାଯୋଗ କରିବାରୁ ସେ ଅତିଶ୍ରୀଘ ଅନରସିଂ ଗ୍ରାମ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି । ଦେଖିବାକୁ ବାକି ରହି ଅନରସିଂ ଗ୍ରାମର ରାସ୍ତା ମରାମତି ବ୍ଳକ ପ୍ରଶାସନ କେବେ କରୁଛି ।

Exit mobile version