ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଆ ମିଲେଟସ କାର୍ଯ୍ୟକ୍ରମ ମହତ୍ତ୍ଵ ବର୍ଣ୍ଣନା କଲେ ଦଶପଲ୍ଲା ବିଧାୟକ

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଂପଡା ଠାରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା,ସୁରଭି ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସୁରଭି ଓ ମିଲେଟସ କାର୍ଯ୍ୟକ୍ରମ ପାଳନ ର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ତତ୍ ସହିତ ମିଲେଟ କାର୍ଯ୍ୟକ୍ରମ ଦ୍ବାରା ବିଶ୍ଵ ଓଡ଼ିଶା କୁ ପ୍ରଶଂସା କରୁଛି ତାହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ ହୋଇପାରୁଥିବା ଯୁବ ବିଧାୟକ କହିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ସମାଜ ସେବୀ ଶଙ୍କର୍ଷଣ ବେହେରା, ସଂପଡ଼ା ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ,ସମିତି ସଭ୍ୟା, ପାରାଢିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ,

ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,କବିତା ଦାଶ ଏବଂ ମୁଖ୍ୟ ବକ୍ତାଭାବେ ନୂଆଗାଁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ର ଙ୍କୁ ଦଶପଲ୍ଲା ବିଧାୟକ ଏବଂ ସମ୍ମାନୀତ ଅତିଥି ମାନେ ପୁରସ୍କୃତ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ସି ଆର ସି ସି ନରେନ୍ଦ୍ର ବେହେରା ଏବଂ ଶିକ୍ଷକ ଶ୍ରୀଧର ବେହେରା।ଏହି କାର୍ଯ୍ୟକ୍ରମ କୁ ସଫଳ ପରିଚାଳନାରେ ସହଯୋଗ କରିଥିଲେ ୧୩ ଟି କ୍ଲଷ୍ଟରର ସି ଆର ସି ସି ଏବଂ ଶିକ୍ଷକ ଶିକ୍ଷୟତ୍ରୀ ।

Exit mobile version