ସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ : ରାଜଧାନୀ ସ୍କୁଲ ଚମ୍ପିୟୀନ

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ/ସିକୋ  :-> ଖୋର୍ଦ୍ଧା ଜିଲା ବେଗୁନିଆ ମହାବିଦ୍ୟାଳୟ  ଉଚ୍ଚ ମାଧ୍ୟମିକ ସ୍କୁଲ  ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି। ଏଥିରେ ଭୁବନେଶ୍ବର ସ୍ଥିତ ରାଜଧାନୀ ଉଚ୍ଚ ମାଧ୍ୟମିକ ସ୍କୁଲ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛି। ନିକଟତମ ପ୍ରତିଦ୍ବନ୍ଦୀ କେରଙ୍ଗ ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲକୁ ୪-୨ ଟାଇବ୍ରେକରରେ ପରାସ୍ତ କରିଥିଲା।ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ କେହି କାହା ଉପରେ ଗୋଲ ସ୍କୋର ଦେଇ ପାରିନଥିଲେ ।

ଫଳରେ ଟାଇବ୍ରେକରର ସହାୟତା ନିଆଯାଇଥିଲା।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ବେଗୁନିଆ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗତ ୧୦ରୁ ଆୟୋଜିତ ହୋଇଥିବା ଏହି ବାଳକ ବର୍ଗର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୨ଟି ଉଚ୍ଚ ମାଧ୍ୟମିକ ସ୍କୁଲ ଅଂଶଗ୍ରହଣ କରିଥିଲେ।ମ୍ୟାଚ ପ୍ରଶିକ୍ଷକ ଭାବେ ସୂର୍ଯ୍ୟମଣି ମାଝୀ, ଭଞ୍ଜ କିଶୋର ଜତି, ଲକ୍ଷ୍ମୀଧର ଚୌଧୁରୀ ଏବଂ ଏମ୍.ଏସ୍.ବେଗ୍ ଖେଳ ପରିଚାଳନା କରିଥିଲେ ।

ସୂଚନା ଥାଉକି ବେଗୁନିଆ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି କୈଳାସ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷା ଡଃ ସବିତାଞ୍ଜଳି ସେନାପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଯାପିତ କରିଥିଲେ।ଅଧ୍ୟାପିକା ବିଜୟଲକ୍ଷ୍ମୀ ସୁବୁଦ୍ଧି,ଅଧ୍ୟାପକ ନବକିଶୋର ବିଷୋୟୀଙ୍କ ସହିତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ତରୁଣ ମହାପାତ୍ର,ପ୍ରଶାନ୍ତ ଜେନା,ସୁପ୍ରଭା ପାତ୍ର, ପ୍ରମୋଦ ମହାନ୍ତି ଦୀପକ ମାର୍ଥା ପ୍ରମୁଖ ସହଯୋଗ କରିଥିଲେ।

 

Exit mobile version