ମାହାଙ୍ଗା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ : ‘ସୁରଭୀ’ -୨୦୨୩

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ୍ ର ପଲ୍ଲୀ ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ସୁରଭୀ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ ମାହାଙ୍ଗା ର ବିଶ୍ଵକର୍ମା ଓ ମାହାଙ୍ଗା ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଶୁଭ ଉଦଘାଟନ କରି ପିଲାମାନଙ୍କ ସାଂସ୍କୃତିକ ପ୍ରତିଭା ର ପରିସ୍ଫୁଟନ ଦିଗରେ ସୁରଭୀ କାର୍ଯ୍ୟକ୍ରମ ଏକ ପୁରୁତ୍ଵ ପୂର୍ଣ୍ଣି ଭୁମିକା ତୁଲାଉଛି ବୋଲି ଅଭିହିତ କରିଥିଲେ ।

ମଣ୍ଡଳ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ପଞ୍ଚାୟତ ସମିତି ଅଧକ୍ଷା ଦୀପା ମଲ୍ଲିକ , ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁସ୍ମିତା ଦାସ ,ପଲ୍ଲି ସାହି ସରପଞ୍ଚ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ରାଉତ୍ ,

ସମିତି ସଭ୍ୟ ଦିପକ ରଂଜନ ଦାସ ଓ ସଭାପତି ବିପ୍ତି ରଞ୍ଜନ ନାୟକ ସମେତ ଯୋଗ ଦେଇଥିଲେ । ଅପରାହ୍ନ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମାହାଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମିୟ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

Exit mobile version