କଟକ ସଦର ବିଧାୟକ ନୂତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମଙ୍ଗଳବାର ଦିନ, ସିଏମସି ର ୫୯ ନମ୍ବର ୱ।ର୍ଡ଼ର ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠାରେ , ୫୮, ୫୯ ନମ୍ବର ୱ।ର୍ଡ଼ରେ ଦୀର୍ଘ ଦିନ ଧରି ଭତ୍ତା ପାଇନଥିବା ଦୁଇଶହରୁ ଉର୍ଦ୍ଧ୍ବ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା ଏବଂ ବିକଳାଙ୍ଗ ଭତ୍ତା ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ଦାୟିତ୍ବରେ ସିଏମସିର କମ୍ୟୁନିଟି ଅରଗାନାଇଜର ( ସିଓ ) ସୁନିତା ସାହୁ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, ୫୯ ନମ୍ବର ୱ।ର୍ଡ଼ ର କର୍ପୋରେଟର ମମତା ମହାନ୍ତି, ୫୯ ୱ।ର୍ଡ଼ ସଭାପତି ଞାନରଞ୍ଜନ ସାହୁ,

୫୮ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର କୌଶିକ୍ ଜେନା, କଟକ ନଗର ବିଜେଡି ସଂପାଦକ ଶିବାନୀ ଜେନା, ପୂର୍ବତନ କର୍ପୋରେଟର ତଥା ରାଜ୍ୟ ମହିଳା ବିଜୁ ଜନତା ଦଳର ସଂପାଦକ ରାଜକୁମାରୀ ସ୍ୱାଇଁ, ୫୮ ନମ୍ବର ୱ।ର୍ଡ଼ ବିଜେଡ଼ି ସଭାପତି ବିକ୍ରମ କେଶରୀ ଶତପଥୀ,

ଜବିର ସା, ୫୭ ନମ୍ବର ୱ।ର୍ଡ଼ର କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ୫୭ ନମ୍ବର ୱ।ର୍ଡ଼ ବିଜେଡି ସଭାପତି ରଞ୍ଜନ ପାଲ , ସ୍ୱଛ ସାଥୀ ସୁଜାତା ପ୍ରଧାନ, ଡ଼ଲି ସାହୁ, ପ୍ରମୁଖ ବିଜେଡ଼ିର ବହୁ କର୍ମ କର୍ତ୍ତା ଉପସ୍ଥିତ ରହି ହୀତିଧିକାରିଙ୍କୁ ଭତ୍ତା ପ୍ରଦାନ କରିଥିଲେ ।

Exit mobile version